ଫିଲ୍ମ ‘ଜୟ ଭୀମ’ର ଆଉ ଏକ ନୂଆ ରେକର୍ଡ, ଓସ୍କାରର ୟୁଟ୍ୟୁବ୍ ଚ୍ୟାନେଲରେ ପାଇଲା ସ୍ଥାନ
ନୂଆଦିଲ୍ଲୀ : ସୁପରଷ୍ଟାର ସୂର୍ୟାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଜୟ ଭୀମ’ରେ ଦେଖିବାକୁ ମିଳିଥିଲା, ଯାହାକୁ ବହୁତ ପ୍ରଶଂସା କରାଯାଇଥିଲା । ଚଳଚ୍ଚିତ୍ରର କାହାଣୀଠାରୁ ଆରମ୍ଭ କରି କଳାକାରଙ୍କ ଅଭିନୟ ପର୍ଯ୍ୟନ୍ତ ଲୋକମାନେ ଏହାକୁ ବହୁତ ପସନ୍ଦ କରିଛନ୍ତି । ବର୍ତ୍ତମାନ ଏହି ଫିଲ୍ମ ବିଷୟରେ ଆଉ ଏକ ଭଲ ଖବର ଶୁଣିବାକୁ ମିଳୁଛି । ଏହି ଚଳଚ୍ଚିତ୍ରଟି ଆଉ ଏକ ନୂଆ ରେକର୍ଡ ସୃଷ୍ଟି କରିଛି, ଯେଉଁଥିପାଇଁ ସୂର୍ୟାଙ୍କ ପ୍ରଶଂସକମାନେ ଖୁବ ସେଲିବ୍ରେଟ କରୁଥିବା ଜଣାପଡୁଛି।
ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସୂର୍ୟାଙ୍କ ଫିଲ୍ମ ଜୟ ଭୀମ ନାମରେ ଏକ ନୂତନ ସଫଳତା ଯୋଡ଼ି ହୋଇଛି । ଓସ୍କାରର ୟୁଟ୍ୟୁବ୍ ଚ୍ୟାନେଲରେ ଜୟ ଭୀମ ଏହି ସ୍ଥାନ ପାଇଛି । ଆଜ୍ଞା ହଁ, ଏହି ଚଳଚ୍ଚିତ୍ରର ଏକ ଦୃଶ୍ୟ ଏକାଡେମୀ ପୁରସ୍କାରର ୟୁଟ୍ୟୁବ୍ ଚ୍ୟାନେଲରେ ସ୍ଥାନ ପାଇଛି । ଏହା ସହିତ ସୁର୍ୟାଙ୍କ ଚଳଚ୍ଚିତ୍ର ଭାବେ ପ୍ରଥମ ତାମିଲ ଚଳଚ୍ଚିତ୍ର ହୋଇପାରିଛି ଯାହା ଏହି ସମ୍ମାନ ପାଇବାରେ ହକଦାର ହୋଇଛି।
ଜୟ ଭୀମ ଫିଲ୍ମର ଏହି ସଫଳତାକୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଉଛି । ଜଣେ ଟୁଇଟର ୟୁଜର୍ସ ଲେଖିଛନ୍ତି, ‘ ଅଭିନେତା ସୁର୍ୟା ଭାରତ ଏବଂ ଭାରତୀୟ ସିନେମାକୁ ଗର୍ବିତ ମୁହୂର୍ତ୍ତ ଦେଇଛନ୍ତି। ଏହା ଏକ ଚମତ୍କାର ଚଳଚ୍ଚିତ୍ର । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଏହି ଖବର ଶୁଣି ମୁଁ ବହୁତ ଖୁସି ଏମିତି ଲାଗୁଛି ଯେମିତି ମୁଁ ସ୍ୱର୍ଗରେ ପହଞ୍ଚିଗଲି । ସୂର୍ୟା ଏହିପରି ସଫଳତା ଜାରି ରଖନ୍ତୁ । ସୂଚନା ଯେ, ସୂର୍ୟାଙ୍କ ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ଅଣ-ଇଂରାଜୀ ଭାଷା ଚଳଚ୍ଚିତ୍ର ବର୍ଗରେ ଗୋଲଡେନ୍ ଗ୍ଲୋବସ୍ ୨୦୧୨ ପାଇଁ ମଧ୍ୟ ମନୋନୀତ ହୋଇଥିଲା । ଏହା ବ୍ୟତୀତ, ଏହି ଚଳଚ୍ଚିତ୍ରଟି ଅନେକ ରେକର୍ଡ ମଧ୍ୟ କରିଛି ଏବଂ ଏହା ଆଇଏମଡିବିରେ ୯.୬ ରେଟିଂ ପାଇସାରିଛି।
