ମୋହାଲି ଟେଷ୍ଟରେ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ଜାଡେଜା
ମୋହାଲି : ମୋହାଲି ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନରେ ୫୭୪ ରନ୍ ସ୍କୋର କରି ଇନିଂସ ଘୋଷଣା କରିଛି ଭାରତ । ଏହି ଇନିଂସରେ ଚମତ୍କାର ପ୍ରଦର୍ଶନ କରି ରବୀନ୍ଦ୍ର ଜାଡେଜା ଭାରତ ପାଇଁ ଅପରାଜିତ ୧୭୫ ରନ ସଂଗ୍ରହ କରିଛନ୍ତି । ଏହି ଶତକ ଫଳରେ ଜାଡେଜା କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି। ଟେଷ୍ଟରେ ୭ ନମ୍ବରରେ ବ୍ୟାଟିଂ କରି ଜାଡେଜା ଏକ ଇନିଂସରେ ସର୍ବାଧିକ ରନ୍ ସ୍କୋର ଦ୍ବିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଜାଡେଜାଙ୍କ ପୂର୍ବରୁ ଏହି ରେକର୍ଡ କପିଲ ଦେବଙ୍କ ନାମରେ ଥିଲା। କପିଲ ଦେବ ୧୯୮୬ ରେ ଶ୍ରୀଲଙ୍କା ବିପକ୍ଷରେ କାନପୁର ଟେଷ୍ଟରେ ୧୬୩ ରନର ଇନିଂସ ଖେଳିଥିଲେ ।
ଇନିଂସ ଘୋଷଣା ହେତୁ ଜାଡେଜା ଦ୍ବିଶତକ ପୂରଣ କରିପାରି ନଥିଲେ। କିନ୍ତୁ ଅଧିନାୟକ ରୋହିତ ଶର୍ମା ଦଳର ଆଗ୍ରହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି । ଶ୍ରୀଲଙ୍କା ପାଇଁ ସୁରଙ୍ଗା ଲାକମଲ ୨ଟି ୱିକେଟ୍ ନେଇଥିଲେ। ଏହି ଇନିଂସରେ ରବୀନ୍ଦ୍ର ଜାଡେଜା ଅପରାଜିତ ୧୭୫ ରନ ସଂଗ୍ରହ କରିଛନ୍ତି । ମ୍ୟାଚର ପ୍ରଥମ ଦିନ ରିଷଭ ପନ୍ତଙ୍କ ୯୬ ରନ ବଳରେ ଭାରତ ୩୫୦ରନ ସଂଗ୍ରହ କରିଥିଲା। ମୟଙ୍କ ଅଗ୍ରୱାଲ ଏବଂ ରୋହିତ ପ୍ରଥମ ଇନିଂସରେ ଓପନଂ କରିବାକୁ ଆସିଥିଲେ । ମୟଙ୍କ ୩୩ ରନ୍ ଏବଂ ରୋହିତ ୨୯ ରନ କରି ଆଉଟ ହୋଇଥିଲେ ।
ଅନ୍ୟପକ୍ଷରେ ହନୁମା ବିହାରୀ ଭଲ ବ୍ୟାଟିଂ କରି ୫ଟି ଚୌକା ବଳରେ ୫୮ ରନ୍ ସଂଗ୍ରହ କରିଥିଲେ। ଏହା ପରେ ପୂର୍ବତନ ଅଧିନାୟକ ବିରାଟ କୋହଲି ୪୫ ରନ୍ ସ୍କୋର କରି ପାଭିଲିୟନକୁ ଫେରିଥିଲେ । ଏହା ହେଉଛି ତାଙ୍କ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍ ଜ୍ଝ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ପନ୍ତ ୯୭ ବଲରୁ ୯୬ ରନ୍ ସଂଗ୍ରହ କରିଥିଲେ। ପନ୍ତଙ୍କ ଇନିଂସରେ ୯ ଚୌକା ଓ ୪ ଛକା ଅନ୍ତର୍ଭୁକ୍ତ ଥିଲା ଜ୍ଝ ଏଥିସହ ୨୭ ରନ୍ ସ୍କୋର କରି ଶ୍ରେୟସ ଆୟର ଆଉଟ ହୋଇଥିଲେ ।
