ମନି ଲଣ୍ଡ୍ରିଂ ମାମଲାରେ ଜାକଲିନ୍ଙ୍କୁ ୫ଘଣ୍ଟାର ଜେରା
ମୁମ୍ବାଇ : ଅଡ଼ୁଆରେ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ। ଅର୍ଥ ହେରଫେର ମାମଲାରେ ବଲିଉଡ ଅଭିନେତ୍ରୀ ଜାକଲିନଙ୍କୁ ୫ ଘଣ୍ଟା ଧରି ଇଡିର ପଚରାଉଚରା । କନମାନ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ହୋଇଥିବା ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ପାଞ୍ଚ ଘଣ୍ଟା ଧରି ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚରା କରୁଛି। ଏହି ମାମଲାରେ ଇଡି ଜାକଲିନଙ୍କ ବୟାନ ରେକର୍ଡ କରିଛି ।
ସୂଚନା ଯେ, ଜାକଲିନଙ୍କର ଜଣେ ବିଶ୍ବସ୍ତ ସୁକେଶ ଚନ୍ଦ୍ରଶେଖର ଏକ ବର୍ଷ ମଧ୍ୟରେ ଜଣେ ବ୍ୟବସାୟୀଙ୍କଠାରୁ ୨୦୦ କୋଟି ଟଙ୍କା ଲୁଟି ନେଇ ଗିରଫ ହୋଇଛନ୍ତି । ତାଙ୍କ ବିରୋଧରେ ୨୦ରୁ ଅଧିକ ମାମଲା ରହିଥିବା ବେଳେ ସେ ଜେଲରେ ରହି ଏହି ରାକେଟ ଚଳାଉଥିବା କହିଛନ୍ତି ଇଡି ଅଧିକାରୀ। ତେବେ ଏହି ମାମଲାରେ ଜାକଲିନଙ୍କ ସଂପୃକ୍ତି ଥିବା ନେଇ ସୂଚନା ମିଳିବା ପରେ ଇଡି ତାଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି। ଦାଦା ବଟି ଆଦାୟ କରିବା ଓ ଲୋକଙ୍କୁ ବିଭିନ୍ନ କୋର୍ଟ କଚେରୀ ମାମଲାରେ ସହାୟତା ଯୋଗାଇ ଦେବାକୁ କହି ଚନ୍ଦ୍ରଶେଖର ଅନେକ ଲୋକଙ୍କଠାରୁ ଶହ ଶହ କୋଟି ଟଙ୍କା ଠକି ନେଇଛନ୍ତି । ଏହି ଅର୍ଥ କାରବାରକୁ ନେଇ ଜାକଲିନ ଫର୍ଣ୍ଣାଡିଜଙ୍କ ନାମ ଆସିବା ପରେ ଆଜି ଜାକଲିନଙ୍କୁ ଇଡି ପଚରାଉଚରା କରିଛି । ଅନୁମାନ କରାଯାଉଛି କି, ଯଦି ଏହି ମାମଲାରେ ଜାକଲିନଙ୍କର କିଛି ସଂପୃକ୍ତି ଥାଏ, ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
