ପୁରୀ ସହରରେ ଦନ୍ତା ଆତଙ୍କ, ଖୁବଶୀଘ୍ର କରାଯିବ ଟ୍ରାଙ୍କୁଲାଇଜ୍
ପୁରୀ : ପୁରୀ ସହରରେ ଦନ୍ତା ଆତଙ୍କ । ବାଲିଗୁଆଳିରେ ଗୋଟିକିଆ ହାତୀର ଉତ୍ପାତ । ହାତୀଟି ଏବେ ବାଲୁଖଣ୍ଡ ଅଭୟାରଣ୍ୟରେ ରହିଛି । ଖୁବଶୀଘ୍ର ତାକୁ ଟ୍ରାଙ୍କୁଲାଇଜ୍ କରାଯିବ ବୋଲି ପୁରୀ ବନଖଣ୍ଡ ନିଷ୍ପତ୍ତି ନେଇଛି ।
ସୂଚନା ଯେ, ସୋମବାର ଚନ୍ଦନପୁରୁ କୃଷ୍ଣରଞ୍ଜନପୁରରେ ଉପଦ୍ରବ ପରେ ରାତିରେ ଦନ୍ତା ହାତୀଟି ଅଠରନଳା ନିକଟ ଖଣ୍ଡିଆବନ୍ଧ ଭିତରକୁ ପଶି ଆସିଥିଲା। ଖଣ୍ଡିଆବନ୍ଧ ଖରାଖାଇ ଠାକୁରାଣୀ ଦେଇ ଶ୍ରୀସେତୁ ରାସ୍ତାରେ ମାଟିତୋଟା ଗହୀର ଭିତରେ ରହିଥିଲା। ରାତି ତମାମ ବନବିଭାଗ ପକ୍ଷରୁ ହାତୀକୁ ଚନ୍ଦନପୁରୁ ଦେଇ ଡେଲାଙ୍ଗ ରାସ୍ତା ଦେଇ ଖୋର୍ଦ୍ଧା ବନଖଣ୍ଡ ବା ଚନ୍ଦକା ଭିତରକୁ ନେବାପାଇଁ ଚେଷ୍ଠା କରାଯାଇଥିଲା । ତେବେ ଲୋକମାନେ ହୋ ହଲ୍ଲା କରିବାରୁ ପୁଣି ହାତୀ ଗୋପାଳପୁରୁ ଗହୀର ଦେଇ କୋଣାର୍କ ରାସ୍ତାରେ ଚାଲି ଚାଲି ବାଲିଗୁଆଳି ନିକଟବର୍ତ୍ତୀ ଅଭୟାରଣ୍ୟରେ ପଶିଯାଇଛି। ହାତୀ ଏବେ ବାଲୁଖଣ୍ଡ ଅଭୟାରଣ୍ୟରେ ଥିବା ବେଳେ ତାକୁ ଟ୍ରାଙ୍କୁଲାଇଜର କରାଯିବା ପାଇଁ ନିଷ୍ପତ୍ତି ନିଆଯଇଥିବା ପୁରୀ ବନଖଣ୍ଡ ରେଞ୍ଜ ଅଫିସର ସୂଚନା ଦେଇଛନ୍ତି । ଦନ୍ତାକୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।
