ଘୋଡା ଉପରେ ବାଇକ୍ ରଖି ନୃତ୍ୟ କରିବା ପଡିଲା ମହଙ୍ଗା : ଗିରଫ କଲା ପୋଲିସ
Close up of male hands in bracelets behind back
ରାଜସ୍ଥାନ : ଏକ ବାହାଘର ଉତ୍ସବରେ ଘୋଡାକୁ ତଳେ ଲେଉଟାଇ ତା ଉପରେ ମୋଟରସାଇକେଲ ରଖି, ମୋଟରସାଇକେଲ ଉପରେ ଜଣେ ଯୁବକ ନାଚୁଥିବାର ଏକ ଭିଡିଓ ସାମନାକୁ ଆସିଛି। ଏହି ଅମାନବୀୟ ଦୃଶ୍ୟର ଭିଡିଓ ସାମନାକୁ ଆସିବା ପରେ ଲୋକେ ଏଥିରେ ସମ୍ପୃକ୍ତ ଥିବା ଯୁବକଙ୍କୁ ଭତ୍ସନା କରୁଛନ୍ତି। ଇ-ମେଲରେ ଏହି ଭିଡିଓକୁ ପୁଲିସକୁ ପଠାଇବା ପରେ ନୃତ୍ୟରତ ଯୁବକ ସହ ୩ ଜଣଙ୍କୁ ଗିରଫ କରିଛି ପୁଲିସ।
ସୂଚନା ଯେ, ଏହି ଘଟଣା ରାଜସ୍ଥାନ ଉଦୟପୁର ଅନ୍ତର୍ଗତ ମାଓ୍ଵଲି ନାମକ ସ୍ଥାନରେ ଘଟିଛି। ଯୁବକ ଘୋଡା ଉପରେ ମଟର ସାଇକେଲ ରଖି ନାଚୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଲୋକମାନେ ନିରବଦ୍ରଷ୍ଟା ସାଜିଥିଲେ। ଭିଡିଓ ସାମନାକୁ ଆସିବା ପରେ ପଶୁ କ୍ରୁରତା ନିବାରଣ ଅଧିକାରୀ ଦୀନଦୟାଲ ଗୋରା ମାଓ୍ଵଲି ଥାନା ଅଧିକାରୀଙ୍କୁ ଏହା ବିଷୟରେ ସୂଚନା ଦେଇ ମାମଲା ରୁଜୁ କରିଥିଲେ। ମାଓ୍ଵଲି ଥାନା ଅଧିକାରୀଙ୍କ ଅନୁସାରେ, ଦୀନଦୟାଲ ଗୋରାଙ୍କ ଠାରୁ ଇ-ମେଲ୍ ଦ୍ଵାରା ଭିଡିଓ ସହ ଅଭିଯୋଗ ପାଇବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ୧୪ ଫେବ୍ରୁଆରିରେ ୩ ଜଣଙ୍କୁ ଗିରଫ କରିଥିଲା। ଏହି ୩ ଜଣ ଅଭିଯୁକ୍ତଙ୍କ ନାମ ମୋହନଦାନ(୬୦), କାଲୁରାମ୍(୪୦) ଓ ଚେତନ୍ ସରଗରା(୧୯)। ମୋହନଦାନର ଘରେ ଚାଲୁଥିବା ବିବାହ ଉତ୍ସବରେ ୮ ଫେବ୍ରୁଆରି ଦିନ କାଲୁରାମ ନିଜ ଘୋଡା ନେଇ ଯାଇଥିଲା। କାଲୁରାମର ସାଥୀ ଚେତନ୍ ସରଗରା ଘୋଡା ଉପରେ ମୋଟରସାଇକେଲ ରଖି ନାଚିଥିଲା।
