ଅଚାନକ ଗୃହକୁ ମୁଲତବୀ କରିବା ଦୁର୍ଭଗ୍ୟଜନକ : ନରସିଂହ ମିଶ୍ର
ଭୁବନେଶ୍ୱର : ଆଜି ବିଧାନସଭାର ତୃତୀୟ ଦିନ ଥିଲା। ଆଜି ଗୃହରେ ଷ୍ଟାଫ୍ ସିଲେକ୍ସନ ଦୁର୍ନୀତି ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଏହାକୁ ନେଇ ଅସନ୍ତୁଷ୍ଟ ହୋଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅପରାହ୍ଣ ୪ଟା ଯାଏଁ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଛନ୍ତି। ଦ୍ବିତୀୟ ଦିନରେ ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା । ଫଳରେ ବାରମ୍ବାର ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ଆଜି ବି ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରିନି ।
ଗୃହ ମୁଲତବୀ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି ଗୁରୁବାର ଷ୍ଟାଫ୍ ସିଲେକ୍ସନ ଦୁର୍ନୀତି ନେଇ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା । ସେଥିରେ ସହମତି ପ୍ରକାଶ କରିଥିଲୁ। ଦ୍ବିତୀୟ ଦିନ ଗୃହରେ ହଟ୍ଟଗୋଳ ପାଇଁ ଆଲୋଚନା ହୋଇପାରିଲା ନାହିଁ। ନିୟମ ଅନୁସାରେ ତୃତୀୟ ଦିନରେ ଆଲୋଚନା ହେବା କଥା କିନ୍ତୁ ବିଜେପି ମୁଲତବୀ ପ୍ରସ୍ତାବ ବଦଳାଇ ଦେଇଛି । ଯେଉଁଥିରେ ଆମର ସହମତି ନେଇନାହାନ୍ତି। ଯେଉଁଥି ପାଇଁ ପ୍ରଶ୍ନକାଳ ଆରମ୍ଭରୁ ଆମେ ଦାବି କରିଥିଲୁ ଷ୍ଟାଫ୍ ସିଲେକ୍ସନ ଦୁର୍ନୀତି ନେଇ ଆରମ୍ଭରୁ ଆଲୋଚନା କରାଯାଉ । କିନ୍ତୁ ବାଚସ୍ପତି କିଛି ନଶୁଣି ଗୋଟିଏ ମିନଟ୍ ରେ ଗୃହକୁ ମୁଲତବୀ କରିଦେଲେ। ଅଚାନକ ଗୃହକୁ ମୁଲତବୀ କରିବା ଦୁର୍ଭଗ୍ୟଜନକ। ଘଟଣାକୁ ତୀବ୍ର ସମାଲୋଚନା କରୁଛି । ଏହାକୁ ବିରୋଧ କରୁଛି। ବାଚସ୍ପତିଙ୍କ କର୍ତ୍ତବ୍ୟ ସମସ୍ତଙ୍କୁ ଡାକି ଏକଥା ଆଲୋଚନା କରିବା କଥା । ସମସ୍ୟା ସମାଧାନ କରିବା କଥା। ଯଦି ସମାଧାନ ନ ହୁଏ ଗୃହକୁ ବନ୍ଦ କରିବେ। ସରକାରୀ ଦଳର ଇଚ୍ଛା ନାହିଁ ଆଲୋଚନା କରିବାକୁ । କିନ୍ତୁ ବାଚସ୍ପତି ଗୋଟିଏ ମିନିଟରେ ଗୃହକୁ ବନ୍ଦ କରିଦେଉଛନ୍ତି । ବାଚସ୍ପତି ସରକାରୀ ଦଳରେ ବନ୍ଧା । ନିରପେକ୍ଷତା ଅବଲମ୍ବନ କରୁନାହାନ୍ତି । ଏହା ଗଣତନ୍ତ୍ର ପାଇଁ ବିପଦ। ଯେହେତୁ ସରକାରୀ ଦଳ ବିଜେପିକୁ ଟାର୍ଗେଟ୍ କରିଥିଲା। ସେଥିପାଇଁ ସେମାନେ ନିସ୍ପତ୍ତି ନେଇପାରୁନହାନ୍ତି। କାରଣ କେନ୍ଦ୍ରରେ ତାଙ୍କର ସରକାର ଅଛି । ସଂସଦରେ ବେଦ ପାଠ କରୁଛନ୍ତି । ତାଙ୍କ ନେତା କାନ୍ଦି ପକାଉଛନ୍ତି।
