ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ଓଡ଼ିଶାର ଈଶ୍ୱର ନାୟକ
ନୂଆଦିଲ୍ଲୀ : ଗୁରୁ ଦିବସରେ ଏବର୍ଷ ଦେଶର ୪୬ ଜଣ ଶିକ୍ଷକଙ୍କୁ ପ୍ରଦାନ କରାଯିବ ଜାତୀୟ ଶିକ୍ଷକ ପୁରସ୍କାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେପ୍ଟେମ୍ବର ୫ ତାରିଖରେ କୃତି ଶିକ୍ଷକଙ୍କୁ ପୁରସ୍କାର ପ୍ରଦାନ କରିବେ । ଜାତୀୟ ପୁରସ୍କାର ପାଇବାକୁ ଥିବା ଶିକ୍ଷକଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଈଶ୍ୱର ଚନ୍ଦ୍ର ନାୟକ। ପୁରୀ ଜିଲ୍ଲା କାନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଛନ୍ତି ଈଶ୍ୱର ନାୟକ ।
ସୂଚନା ଯେ, ଚଳିତବର୍ଷ ଗୁରୁଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଜାତୀୟ ପୁରସ୍କାରରେ ସମ୍ମାନିତ ହେବେ ୪୬ ଶିକ୍ଷକ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଚୟନ ହୋଇଥିବା ଏହି ୪୬ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୨ (ଏନ୍ଏଟି) ପ୍ରଦାନ କରାଯିବ ।
