ଫୋନ ଚୋରି କିମ୍ବା ହଜି ଯାଇଥିଲେ ତୁରନ୍ତ କରନ୍ତୁ ଏହି ୪ କାମ, ନହେଲେ ବଡ଼ ବିପଦରେ ପଡି ପାରନ୍ତି
ବର୍ତ୍ତମାନ ସମୟରେ ସ୍ମାର୍ଟ ଫୋନ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି। ଛୋଟ ଏବଂ ସହଜରେ ବ୍ୟବହାର କରାଯାଇ ପାରୁଥିବାରୁ ଲୋକେ ପ୍ରାୟତଃ ନିଜର ସମସ୍ତ ଗୁପ୍ତ ତଥ୍ୟ ଜରୁରୀ ତଥ୍ୟକୁ ଏଥିରେ ସେଭ୍ କରି ରଖିଥାନ୍ତି। କିନ୍ତୁ, ଯଦି କେବେ ଏହି ଫୋନଟି ଚୋରି କିମ୍ବା ହଜିଯାଏ। ତେବେ ଏଥିରେ ଥିବା ଜରୁରୀ ତଥ୍ୟ ଗୁଡିକ ଲିକ୍ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଥାଏ।
ବ୍ୟକ୍ତିଗତ ତଥ୍ୟ ଯେପରିକି ବ୍ୟାଙ୍କ ଡିଟେଲ୍ସ, ସୋସିଆଲ ମିଡ଼ିଆ ଆକାଉଣ୍ଟ, ଫୋଟୋ, ଡୋକ୍ୟୁମେଣ୍ଟ ଇତ୍ୟାଦି ଅନ୍ୟ କୌଣସି ଲୋକଙ୍କ ହାତରେ ପଡିଗଲେ ଉକ୍ତ ବ୍ୟକ୍ତିଙ୍କୁ ବହୁତ କ୍ଷତି ଉଠାଇବାକୁ ପଡିଥାଏ। ତେବେ ଫୋନ ହଜିବା ପରେ ଆସନ୍ତୁ ଜାଣିବା ଏପରି ୪ କାର୍ଯ୍ୟ ଯାହାକୁ କରିବା ଦ୍ୱାରା ହେବାକୁ ଥିବା ସମ୍ଭାବିତ କ୍ଷତି ଗୁଡିକ କମ୍ କରାଯାଇ ପାରିବ:-
୧.ଫୋନ ଚୋରି ହେବା ପରେ ଏଥିରେ ବ୍ୟବହାର ହେଉଥିବା ସିମ୍ ଟିକୁ ତୁରନ୍ତ ବ୍ଲକ୍ ଅଥବା ଅକାମି କରିଦେବା ଉଚିତ୍। ଏହା କରିବା ଦ୍ୱାରା ଏଥିରେ କୌଣସି ଓଟିପି ଆସିପାରିବ ନାହିଁ ଏବଂ ଦୁର୍ବୁତ୍ତ ଆପଣଙ୍କ ନମ୍ବରଟିକୁ ବ୍ୟବହାର କରିପାରିବ ନାହିଁ। ଆପଣ ନିଜର ଟେଲିକମ୍ ସର୍ଭିସ ବିତରକଙ୍କୁ ଫୋନ କରି ସିମ୍ ଟିକୁ ବ୍ଲକ୍ କରିପାରିବେ।
୨.ଯଦି ଚୋରିହୋଇଥିବା ଫୋନ ନମ୍ବରରେ ଆପଣଙ୍କ ଆଧାର ଲିଙ୍କ ହୋଇଅଛି। ତେବେ ତୁରନ୍ତ ପାଖରେ ଥିବା ଆଧାର ଅଫିସ୍ କୁ ଯାଇ ଏହାକୁ ବଦଳାଇ ଦିଅନ୍ତୁ। ଏହା କରିବା ଦ୍ୱାରା ଚୋରଟି ଆପଣଙ୍କ ଆଧାର ଡିଟେଲ୍ସକୁ ବ୍ୟବହାର କରି ପାରିବ ନାହିଁ।
୩.ଚୋରି ହୋଇଥିବା ଫୋନ ନମ୍ବର ସହିତ ଲିଙ୍କ ଥିବା ସମସ୍ତ UPI ଆଇଡ଼ି ଏବଂ ପେମେଣ୍ଟ ଆପ୍ ଗୁଡିକୁ ଅଚଳ କରିବା ନିହାତି ଜରୁରୀ ଅଟେ।
୪.ଫୋନରେ ଥିବା ସମସ୍ତ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏବଂ ଇମେଲ ଆଇଡ଼ିକୁ ଡିଆକ୍ଟିଭେଟ କରିବା ଉଚିତ। ଏହା କରିବା ଦ୍ୱାରା ଦୁର୍ବୁତ୍ତମାନେ ଆପଣଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟର ଅପବ୍ୟବହାର କରିପାରିବେ ନାହିଁ।
