ଠିକ ଭାବରେ ଖାଦ୍ୟ ଖାଉନିକି ଆପଣଙ୍କ ପିଲା ? ତେବେ ଆପଣାନ୍ତୁ ଏ ସବୁ ଟିପ୍ସ
ଆପଣଙ୍କ ପିଲା ଘରେ ଛୋଟ ପିଲା ଅଛନ୍ତି କି ? ସେମାନେ ଠିକ ଭାବରେ ଘରେ ଖାଦ୍ୟ ଖାଉ ନାହାଁନ୍ତି କି ? ତେବେ ଆପଣାନ୍ତୁ ଏ ସବୁ ଟିପ୍ସ। ଏହି ଟିପ୍ପ ଆପଣେଇବା ଦ୍ବାରା ଆପଣଙ୍କ ଘରେ ଥିବା ଛୋଟ ପିଲା ଠିକ ଭାବରେ ଖାଦ୍ୟ ଖାଇବା ସହ ନିରୋଗ ରହିବେ …..
ଆପଣଙ୍କ ପିଲା ଘରେ ଛୋଟ ପିଲା ଅଛନ୍ତି କି ? ସେମାନେ ଠିକ ଭାବରେ ଘରେ ଖାଦ୍ୟ ଖାଉ ନାହାଁନ୍ତି କି ? ତେବେ ଆପଣାନ୍ତୁ ଏ ସବୁ ଟିପ୍ସ। ଏହି ଟିପ୍ପ ଆପଣେଇବା ଦ୍ବାରା ଆପଣଙ୍କ ଘରେ ଥିବା ଛୋଟ ପିଲା ଠିକ ଭାବରେ ଖାଦ୍ୟ ଖାଇବା ସହ ନିରୋଗ ରହିବେ । ପୁଷ୍ଟିକର ଖାଦ୍ୟ ଖାଇବା ଦ୍ବାରା ଶିଶୁର ବୌଦ୍ଧିକ ଓ ଶାରୀରିକ ବିକାଶରେ ସହାୟକ ହୋଇଥାଏ। ପିଲାମାନଙ୍କୁ ସନ୍ତୁଳିତ ଖାଦ୍ୟ ଏବଂ ଭଲ ଖାଇବା ଅଭ୍ୟାସ ସେମାନଙ୍କର ଶାରୀରିକ ଏବଂ ମାନସିକ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଫଳରେ ପିଲାଟି ଏକ ସୁସ୍ଥ ଜୀବନ ବିତାଇଥାଏ । ଦିନ ଆରମ୍ଭରୁ ହିଁ ପ୍ରଥମ ନିଜ ପିଲାଙ୍କୁ ସନ୍ତିୁଳିତ ବ୍ରେକଫାଷ୍ଟ ଦିଅନ୍ତୁ । ଜଳଖିଆ ହିଁ ଦିନ ଆରମ୍ଭରୁ ପ୍ରଚୁର ପରିମାଣରେ ଶକ୍ତି ଯୋଗାଇଥାଏ । ସେହିପରି ମଧ୍ୟାହ୍ନ ଭୋଜନ (meals)ରେ ନିଜ ପିଲାଙ୍କୁ ପନିପରିବା ତରକାରୀ , ଫ୍ରୁଡ ସାଲଡ୍, ଡାଲି ଓ ଶଶ୍ୟ ଜାତୀୟ ଖାଦ୍ୟ ଦେବେ। ସପ୍ତାହକରେ ଥରେ ଚାଟ ଫଡ୍ ପିଲାଙ୍କ ଖାଦ୍ୟରେ ସାମିଲ କରି ପାରିବେ। ଖାଦ୍ୟ ଗ୍ରହଣ ସମୟରେ ପିଲାଙ୍କୁ ଟିଭି ଦେଖିବା କି ଫୋନ ଚାଲଇବାକୁ ଦିଅନ୍ତୁ ନାହିଁ। ପିଲାଙ୍କୁ ଧିରେ ଧିରେ ଖାଦ୍ୟ ଖାଇବାକୁ ଅଭ୍ୟାସ କରିବା ସହ ଖାଦ୍ୟକୁ ଚୋବାଇ ଖାଇବାକୁ କୁହନ୍ତୁ। ଯାହା ତାଙ୍କ ଶରୀର ପାଇଁ ବେଶ ଲାଭଦାୟକ।
ଖାଇବା ସମୟରେ ପିଲାମାନଙ୍କୁ ଗାଳି କରନ୍ତିୁ ନାହିଁ। କାହିଁକିନା ଏପରି କରିବା ଦ୍ବାରା ପିଲାମାନେ ଖାଦ୍ୟ ଗ୍ରହଣ ସମ୍ପୁର୍ଣ୍ଣ ହୁଏ ନାହିଁ । ଭୋଜନ ଅଧାରେ ରହିଯାଏ । ଫଳରେ ଶରୀରକୁ ଉପଯୁକ୍ତ ଶକ୍ତି ମିଳେ ନାହିଁ । ପିଲାମାନଙ୍କୁ ଖାଇବା ସମୟରେ ଏକା ଛାଡନ୍ତୁ ନାହିଁ । ସେମାନଙ୍କ ସହ ହସ ଖୁସିରେ ଖାଆନ୍ତୁ । ଏହା କରିବା ଦ୍ବାରା ସେମାନେ ଭଲ ଭାବରେ ଖାଦ୍ୟ ଖାଇପାରିବେ। ପିଲାମାନଙ୍କୁ ଖାଦ୍ୟପ୍ରତି ଆକୃଷ୍ଟ କରିବା ପାଇଁ ସେମାନଙ୍କୁ ଘରେ ଖାଦ୍ୟ ପରଷିବା କାମରେ ମଧ୍ୟ ଲଗାଇପାରିବେ।
କେବେଳ ସେତିକି ନୁହେଁ ଖାଦ୍ୟ ସାମଗ୍ରୀ କିଣିବା ସମୟରେ ମଧ୍ୟ ସେମାନଙ୍କୁ ସାଙ୍ଗରେ ନେଇ ପାରିବେ। ଫଳରେ ସେମାନେ ଖାଦ୍ୟର ପ୍ରାଥମିକତା ଓ ନ୍ୟୁଟ୍ରେସନ ବିଷୟରେ ଜାଣି ପାରିବେ। ସାଧାରଣତଃ କିଛି ଘରମାନଙ୍କରେ ପିଲାମାନଙ୍କୁ ଅଭିଭାବକମାନେ ଏପରି କିଛି କୁଅଭ୍ୟାସ କରିଥାନ୍ତି । ଯେପରିକି ପିଲାଟିକୁ ଘରେ ପ୍ରସ୍ତୁତ ହୋଇଥିବା ଭାତ,ଡାଲି ଜଲଦି ଶେଷ କରିବା ପାଇଁ କହିଥାନ୍ତି ଅଭିଭାବକ। ତା ସୋମାନଙ୍କୁ ଚକଲେଟ ଓ ମିଠା ଦେବା ପାଇଁ କହିଥାନ୍ତି । ଏପରି ଅଭ୍ୟାସ ଠାରୁ ଦୂରେଇ ରଖବାକୁ ଚେଷ୍ଟା କରିବା ଉଚିତ୍। ପିଲାମାନଙ୍କୁ ବିଶେଷକରି କୋଲା, ସୋଡା କିମ୍ବା ଅନ୍ୟାନ୍ୟ ମିଠା ପାନୀୟ ବଦଳରେ ପାଣି ପିଇବାକୁ ଚେଷ୍ଟା କରନ୍ତୁ । ତେବେ ଏପରି ଟିପ୍ସ ଆପଣେଇବା ଦ୍ବାରା ଆପଣଙ୍କ ପିଲା ଠିକ ଭାବରେ ଖାଦ୍ୟ ଗ୍ରହଣ କରିବା ସହ ଏକ ସୁସ୍ଥ ଜୀବନ ଜିଇଁ ପାରିବ ।
(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)
