କ୍ଷୀର ଗରମ ସମୟରେ ଉତୁରି ନଷ୍ଟ ହେଉଛି କି ? ଆପଣାନ୍ତୁ ଏହି ସରଳ ଦେଶୀ ଉପାୟ
ପ୍ରାୟତଃ ମହିଳା ମାନେ ରୋଷେଇ ଘରେ କ୍ଷୀର ଫୁଟିବାକୁ ଛାଡ଼ିଦେଇ ଅନ୍ୟ କାମରେ ବ୍ୟସ୍ତ ରହିଯାଇଥାନ୍ତି। ଫଳରେ ଦୀର୍ଘ ସମୟ ଧରି କ୍ଷୀର ଗରମ ହେବା ପରେ ଏହା ଉତୁରିବାକୁ ଲାଗିଥାଏ। ଏପରି ହେଲେ କ୍ଷୀର ନଷ୍ଟ ହେବା ସହ ଏହାକୁ ହିନ୍ଦୁ ଧର୍ମ ଅନୁଯାଇ ଅଶୁଭ ବୋଲି ବିବେଚନା କରାଯାଇଥାଏ। କିନ୍ତୁ, ବର୍ତ୍ତମାନ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଛୋଟ ଦେଶୀ ଯୁଗାଡ଼ ଫଳରେ ଆପଣ ଏହି ସମସ୍ୟାରୁ ବର୍ତ୍ତି ପାରିବେ।
ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଏକ ପାତ୍ରରେ କ୍ଷୀର ଗରମ କରାଯାଉଥିବାର ଦେଖିବାକୁ ମିଳୁଛି। ଉକ୍ତ ପାତ୍ର ଉପରେ ଏକ କାଠ ଚାମଚ ମଧ୍ୟ ରଖାଯାଇଛି। ଯେଉଁଥିପାଇଁ କ୍ଷୀର ଗରମ ହୋଇ ଉତୁରୁଥିଲେ ହେଁ ଏହା ତଳେ ପଡୁନାହିଁ। ଭଡ଼ିଓଟିକୁ @saffrontrail ନାମକ ଏକ ଟ୍ୱିଟର ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଥିଲା। ଅପଲୋଡ଼ ହେବା ପରେ ପରେ ଏହି ଭିଡ଼ିଓ ଇଣ୍ଟରନେଟରେ ଖୁବ ଭାଇରାଲ ହେଉଛି।
Did you know keeping a wooden ladle over the milk pan prevents the milk from boiling over? #Cookingtip pic.twitter.com/hDC5mb51iV
— Nandita Iyer (@saffrontrail) November 10, 2021
ଭିଡ଼ିଓଟି ନଭେମ୍ବର ୧୦ ତାରିଖରେ ଟ୍ୱିଟରରେ ଅପଲୋଡ଼ କରାଯାଇଥିଲା। ସ୍ୱଳ୍ପ ସମୟ ମଧ୍ୟରେ ଏହି ଭିଡ଼ିଓରେ ଏପର୍ଯ୍ୟନ୍ତ ୮୪ ହଜ଼ାରରୁ ଅଧିକ ଭିୟୁ ଆସି ସାରିଛି। ଏଥିସହିତ ଲୋକେ ଏହି ଉପାୟକୁ ନିଜ ଘରେ ଚେଷ୍ଟା କରିବା ସହ ଏହା ବହୁତ ଭଲ କାମ କରୁଛି ବୋଲି କମେଣ୍ଟ ମାଧ୍ୟମରେ ଜଣାଉଛନ୍ତି।
