ଇପ୍ସିତାଙ୍କ ପିଲାଦିନର ସ୍ଵପ୍ନ ଆଜି ସଫଳ ହେବାକୁ ଯାଉଛି।ପ୍ରଥମ ଏନଇଇଟି ପରୀକ୍ଷାରେ ସଫଳତା।ଡାକ୍ତର ହାବାକୁ ଯାଉଛି
ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ଜଗତିପୁର ପଞ୍ଚାୟତର ବଗଦା ଗ୍ରାମର ଇପ୍ସିତା ବେହେରାଙ୍କ ପିଲାଦିନର ସ୍ବପ୍ନ ମୁଁ ପାଠପଢିବି ବଡ଼ ହେଲେ ଡାକ୍ତରାଣୀ ହେବି। ତାହା ଆଜି ସାକାର ହେବାକୁ ଯାଉଛି। ଚଳିତ ବର୍ଷ ଏନଇଇଟି ପରିକ୍ଷରେ ଉତିର୍ଣ୍ଣ ହୋଇ ଡାକ୍ତରୀ ପଢ଼ିବାରେ ନାମ ଲେଖେଇବା ସୁଯୋଗ ପାଇଛନ୍ତି ଇପ୍ସିତା। ଏଥିପାଇଁପାଖ ଆଖ ଗ୍ରାମ ସହିତ ବନ୍ଧୁ ବାନ୍ଧବ ମହଲରେ ଖୁସିର ମହୁଲ ଦେଖା ଦେଇଛି।ଇପ୍ସିତା ବଗଦା ଗ୍ରାମର ହିମାଂଶୁ ବେହେରା ଓ ମାତା ସସ୍ମିତା ବେହେରାଙ୍କର ଝିଅ। ବାପା ଜଣେ ସାଧାରଣ ଦୋକାନୀ ଥିବା ବେଳେ ମାଆ ଜଣେ ଗୃହିଣୀ ଅଟନ୍ତି।ଇପ୍ସିତା ଭଗବାନ ଚନ୍ଦ୍ର ଉଚ୍ଚ ଇଂରାଜୀ ବିଦ୍ୟାଳୟ ରାଣୀଖୁଡିରୁ ଦଶମ ଶ୍ରେଣୀ ପରୀକ୍ଷାରେ ୫୫୫ ନମ୍ବର ରଖି ଉତୀର୍ଣ୍ଣ ହୋଇ ବାଲେଶ୍ଵରରେ +୨ ରେ ଏକ ଘରୋଇ କଲେଜରେ ନାମ ଲେଖାଇ ଥିଲେ। ପରେ +୨ ପରୀକ୍ଷାରେ ୫୨୭ ନମ୍ୱର ରଖି କଲେଜରେ ଟପର ହୋଇଥିଲେ।ଇପ୍ସିତାର ମନରେ ସବୁବେଳେ ଡାକ୍ତରାଣୀ ହେବାର ଦୃଢ଼ ଇଚ୍ଛା ଥିବାରୁ ସେ ଚଳିତ ବର୍ଷ ଏନଇଇଟି ପରୀକ୍ଷା ଦେଇଥିଲେ ।ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢ଼ିବା ପାଇଁ ସୌଭାଗ୍ୟ ଅର୍ଜନ କରିଛନ୍ତି।ଇଚ୍ଛା ଶକ୍ତି ଓ ଦୃଢ଼ ମନା ପାଇଁ ସେ ସଫଳତାର ପାହାଚ ଚଢ଼ି ପାରିଛନ୍ତି। ଏହି ସଫଳତା ଇପ୍ସିତା ସ୍ଥାନୀୟ ଅଞ୍ଚଳରେ ସୁନାଝିଅର ଆଖ୍ୟା ପାଇଛି।
