ଆଇପିଏଲ୍-୨୦୨୧ ଫାଇନାଲ : ସିଏସକେ ବିପକ୍ଷରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା କୋଲକାତା
ଦୁବାଇ : ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଜି ଖେଳାଯାଉଛି ଆଇପିଏଲ-୨୦୨୧ର ଟାଇଟଲ୍ ମୁକାବିଲା। ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ। ଫାଇନାଲ୍ ମ୍ୟାଚ୍ରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଚେନ୍ନାଇ ଚତୁର୍ଥ ଥର ଚାମ୍ପିଅନ ହେବାକ ଲକ୍ଷ୍ୟ ରଖିଥିବା ବେଳେ କେକେଆର ତୃତୀୟ ଟାଇଟଲ୍ ସନ୍ଧାନରେ ରହିଛି। ଉଭୟ ଦଳର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।
ଆଜିର ମ୍ୟାଚ ପାଇଁ କୋଲକାତା ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଅଧିନାୟକ ଇଅନ ମୋର୍ଗାନ ସୂଚନା ଦେଇଛନ୍ତି । ଆଇପିଏଲରେ ଚେନ୍ନାଇ ଓ କୋଲକାତା ମଧ୍ୟରେ ମୋଟ ୨୪ଟି ମ୍ୟାଚ ଖେଳାଯାଇଛି । ରେକର୍ଡ ଚେନ୍ନାଇ ସପକ୍ଷରେ ଅଛି କାରଣ ଏହି ୨୪ଟି ମ୍ୟାଚରୁ ଚେନ୍ନାଇ୧୬ଟିରେ ବିଜୟ ହାସଲ କରିଛି । କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୨୦୧୨ ଆଇପିଏଲ ଫାଇନାଲରେ କୋଲକାତା ଚେନ୍ନାଇକୁ ୫ ଓ୍ବିକେଟରେ ହରାଇ ଚାମ୍ପିଅନ ହୋଇଥିଲା । ଏଣୁ ଏହା କୋଲକତାର ମନୋବଳକୁ ଦୃଢ କରିବ । ଦଳ ପୁଣି ଥରେ ନିଜର ପୂର୍ବ ସଫଳତା ଦୋହରାଇବାକୁ ଚେଷ୍ଟା କରିବ । ଅନ୍ୟପକ୍ଷରେ ଆଜିର ମ୍ୟାଚ ଜିତି ୪ର୍ଥ ଥର ପାଇଁ ଚାମ୍ପିଅନ ହେବାକୁ ଉଦ୍ୟମ କରିବ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ । ପ୍ରଥମ ପ୍ଲେ ଅଫ ମ୍ୟାଚରେ ହିଁ ଦିଲ୍ଲୀକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଚେନ୍ନାଇ । ପ୍ଲେ ଅଫରେ ପ୍ରଥମେ ବାଙ୍ଗାଲୋର ଓ ପରେ ଦିଲ୍ଲୀକୁ ହରାଇ ଏବେ ଫାଇନାଲରେ ପ୍ରବେଶ କରିଛି କୋଲକାତା। ଉଭୟ ଦଳ ୨୫ଟି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ୧୬ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ କୋଲକାତା ୮ଟି ମ୍ୟାଚରେ ବିଜୟୀ ହୋଇଛି । ଚଳିତ ଆଇପିଏଲରେ ଦୁଇଥର ମୁହାଁମୁହିଁ ହୋଇଥିବା ମ୍ୟାଚରେ ଚେନ୍ନାଇ ଦୁଇ ଥର ବିଜୟ ଲାଭ କରିଛି । ତେବେ ଫର୍ମକୁ ଫେରିଥିବା କୋଲକାତା କିନ୍ତୁ ଏଥର ବଦଲା ନେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଚେନ୍ନାଇ କିନ୍ତୁ ତାର ଚତୁର୍ଥ ଟ୍ରଫି ଲକ୍ଷ୍ୟ ରହିଛି ।
ଚେନ୍ନାଇ ସୁପର କିଙ୍ଗ୍ସ :
ଋତୁରାଜ ଗାଏକଓ୍ଵାଡ, ଫାଫ ଡୁପ୍ଲେସିସ୍, ରବିନ ଉଥପ୍ପା, ମୋଇନ ଅଲ୍ଲୀ, ଅମ୍ବତି ରାୟୁଡୁ, ଏମଏସ ଧୋନୀ(ଓ୍ଵିକେଟ୍ କିପର/ଅଧିନାୟକ), ରବୀନ୍ଦ୍ର ଜାଡେଜା, ଡ୍ଵେନ ବ୍ରାଭୋ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଜୋସ୍ ହେଜେଲଉଡ।
କୋଲକାତା ନାଇଟ୍ ରାଇଡର୍ସ :
ଶୁଭମାନ ଗିଲ୍, ଭେଙ୍କଟେଶ ଆୟର, ନୀତିଶ ରାଣା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ଇଅନ ମୋର୍ଗାନ(ଅଧିନାୟକ), ସାକିବ ଅଲ ହାସନ, ସୁନିଲ ନାରିନ, ଲୋକି ଫର୍ଗ୍ୟୁସନ, ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ।
