ଆଇପିଏଲ-୨୦୨୩ : ରୋହିତଙ୍କ ଫର୍ମ ନେଇ ଉଠିଲା ପ୍ରଶ୍ନ, ବରିଷ୍ଠ କିକ୍ରେଟର କହିଲେ ନୋ-ହିଟ୍ ମ୍ୟାନ୍
ମୁମ୍ୱାଇ : ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍ ନୀରବ ରହିଛି । ଅର୍ଥାତ୍ ଚଳିତ ଫଟାଫଟ୍ ଫର୍ମାଟରେ ରୋହିତ ଶର୍ମାଙ୍କ ଫର୍ମ ଅତି ଖରାପ ରହିଛି । ତାଙ୍କର ବ୍ୟାଟିଂ ରେଟିଂରୁ ଏହା ସ୍ପଷ୍ଟ ହୋଇଛି । ରୋହିତ ଏହି ଆଇପିଏଲରେ ବ୍ୟାଟ୍ ସହିତ ୧୦ଟି ମ୍ୟାଚ୍ ଖେଳି ୧୮୪ ରନ୍ ସଂଗ୍ରହ କରିଛନ୍ତି । ଅର୍ଥାତ୍ ବ୍ୟାଟିଂ ହାରାହାରି ହେଉଛି ୧୮.୪୦ ।
ଆଇପିଏଲ୍ ର ସମସ୍ତ ସିଜିନ୍ରେ ଏହି ତାଙ୍କର ସବୁଠୁ ଖରାପ ପ୍ରଦର୍ଶନ । ରୋହିତ ଗତ ଆଇପିଏଲ୍ ସିଜିନରେ ବିଶେଷ କିଛି ପ୍ରଦର୍ଶନ କରିନଥିଲେ । ୧୪ଟି ମ୍ୟାଚରୁ କରିଥିଲେ ୨୬୮ ରନ୍ । ସେତେବେଳେ ରୋହିତଙ୍କ ରନ୍ ରେଟ୍ ଥିଲା ୧୯.୧୪ ଥିଲା । ଏଠାରେ କହିରଖୁ ଯେ, ରୋହିତ ୨୦୦୮ ମସିହାରୁ କ୍ରମାଗତ ଭାବରେ ଆଇପିଏଲରେ ଅଂଶ ରହିଆସୁଛନ୍ତି । କିନ୍ତୁ ତାଙ୍କ ବ୍ୟାଟିଂ ରେଟ୍ ଏତେ ଖରାପ ନଥିଲା ।
ରୋହିତ ଶର୍ମା ଗତ ଦୁଇଟି ମ୍ୟାଚ୍ରେ ମଧ୍ୟ ଖାତା ଖୋଲିପାରିନଥିଲେ । ଏହା ପୂର୍ବରୁ ତିନୋଟି ଇନିଂସରେ ସେ ୩,୨,୪୪ ରନ୍ ସ୍କୋର କରିଥିଲେ । ଅର୍ଥାତ୍ ଗତ ପାଞ୍ଚ ଇନିଂସରେ ତାଙ୍କ ବ୍ୟାଟରୁ ମାତ୍ର ୪୯ରନ୍ ଆସିଛି । ଶୂନ୍ରେ ଆଉଟ୍ ହେବାରେ ରୋହିତ୍ ଶର୍ମାଙ୍କର ଏହା ୧୬ ଥର ହେବ । ତେବେ ରୋହିତଙ୍କ ଏମିତି ଫର୍ମ ନେଇ ମୁହଁ ଖୋଲିଛନ୍ତି ପୁରୁଖା ଖେଳାଳି ।
ଚେନ୍ନାଇ ବିପକ୍ଷରେ ସେ ଶୂନ୍ରେ ଆଉଟ୍ ହେବା ପରେ ଶ୍ରୀକାନ୍ତ ଶର୍ମା ରୋହିତ୍ ଶର୍ମାଙ୍କ ହିଟ୍ ମ୍ୟାନ୍ ଆଖ୍ୟାକୁ ସେ ନୋ-ହିଟ୍ ମ୍ୟାନ୍ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ବର୍ତ୍ତମାନ୍ ରୋହିତ ଶର୍ମାଙ୍କୁ ଛୁଟି ନେଇଯିବା ଦରକାର । ଲିଟିଲ ମାଷ୍ଟର କହିଥିଲେ ଯେ ହିଟ୍ ମ୍ୟାନ ଚାହିଁଲେ ଆଇପିଏଲର ଶେଷ କିଛି ଲିଗ୍ ମ୍ୟାଚ୍ ଖେଳିପାରିବେ। ଗାଭାସ୍କର କହିଛନ୍ତି ଯଦି ସେ ସାମୟିକ ବିରତି ନିଅନ୍ତି ତେବେ ସେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ ଖାଳିବାକୁ ଢେର ସମୟ ପାଇବେ ।
