ଆଇପିଏଲ୍-୨୦୨୩ : ଉଦଘାଟନୀ ମ୍ୟାଚରେ ଗିଲଙ୍କ ଧୂଆଁଧାର ଅର୍ଦ୍ଧଶତକ, ୫ ଉଇକେଟରେ ଜିଲା ଗୁଜୁରାଟ
ଅହମ୍ମଦାବାଦ : ଆରମ୍ଭ ହେଲା କ୍ରିକେଟ୍ ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)-୨୦୨୩ । ବିଶ୍ଵର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଛି ଉଦଘାଟନୀ ମ୍ୟାଚ୍ । ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ୍ ରାଇଟନ୍ସ ଏବଂ ୪ ଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରୁ ହିଁ ଆଇପିଏଲର ରୋମାଞ୍ଚ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଚେନ୍ନାଇ ବ୍ୟାଟର ଋତୁରାଜ ଗାଇକ୍ବାଡଙ୍କ ବ୍ୟାଟିଂ ବିସ୍ଫୋରଣ ଦେଖିବାକୁ ମିଳିଥିବା ବେଳେ ଗୁଜରାଟ୍ ଖେଳାଳି ଶୁଭମନ ଗିଲଙ୍କ ଧୂଆଁଧାର ଅର୍ଦ୍ଧଶତକ ମଧ୍ୟ ସାମିଲ ରହିଛି । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୭୯ ରନର ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ୪ ବଲ ବାକି ଥାଇ ୫ ଉଇକେଟ ହରାଇ ୧୮୨ ରନ କରି ୫ ଉଇକେଟରେ ଗୁଜୁରାଟ ବିଜୟ ହାସଲ କରିଛି ।
ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍ ୨୦୨୩ର ଉଦଘାଟନୀ ରୋମାଞ୍ଚକର ମ୍ୟାଚ୍ରେ ଆକର୍ଷଣୀୟ ବିଜୟ ଲାଭ କରିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵାଧୀନ ଗୁଜରାଟ। ଚାରି ଥରର ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍ସକୁ ୫ ଓ୍ଵିକେଟ୍ରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ଗୁଜରାଟ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଋତୁରାଜ ଗାଏକଓ୍ଵାଡଙ୍କ ୯୨ ରନର ଇନିଂସ ବଳରେ ୭ ଓ୍ଵିକେଟ୍ ହରାଇ ୧୭୮ ରନ କରିଥିଲା। ଜବାବରେ ଶୁବମାନ ଗିଲ୍ଙ୍କ ୬୩ ରନ ଦମରେ ଗୁଜରାଟ ଟାଇଟନ୍ସ ୧୯.୨ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।ରଶିଦ ଖାନ ୧୦ ରନ ଏବଂ ରାହୁଲ ତେଓ୍ଵତିଆ ୧୫ ରନରେ ଅପରାଜିତ ଥିଲେ। ଅନ୍ୟପଟେ ପରାଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଚେନ୍ନାଇ ସୁପର କିଙ୍ଗ୍ସ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସକୁ ଦଳୀୟ ସ୍କୋର ୧୪ ରନରେ ପ୍ରଥମ ଝଟକା ଲାଗିଥିଲା। ଡେଭନ କନଓ୍ଵେ(୧) ଆଉଟ୍ ହୋଇଥିଲେ। ଏହା ପରେ ଅନ୍ୟ ଓପନର ଋତୁରାଜ ଗାଏକଓ୍ଵାଡ ଏବଂ ମୋଇନ ଅଲ୍ଲୀ ଦ୍ଵିତୀୟ ଓ୍ଵିକେଟ୍ ଲାଗି ୩୬ ରନ ଯୋଡିଥିଲେ। ଦଳୀୟ ସ୍କୋର ୫୦ ରନରେ ମୋଇନ ଅଲ୍ଲୀ(୨୩) ପାଭିଲିୟନ ଫେରିଥିଲେ। ବେନ ଷ୍ଟୋକ୍ସ(୭) ଦଳକୁ ନିରାଶ କରିଥିଲେ। ଅନ୍ୟପଟେ ଋତୁରାଜ ଗାଏକଓ୍ଵାଡ ଆକ୍ରମଣାତ୍ମକ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ଅମ୍ବତି ରାୟୁଡୁଙ୍କ ସହ ମିଶି ଚତୁର୍ଥ ଓ୍ଵିକେଟ୍ରେ ୫୧ ରନ ଯୋଡିଥିଲେ। ୧୨୧ ରନ ସ୍କୋରରେ ରାୟୁଡୁ(୧୨) ଆଉଟ୍ ହୋଇଥିଲେ। ଏହା ପରେ ଚେନ୍ନାଇ ନିୟମିତ ଓ୍ଵିକେଟ୍ ହରାଇବାରୁ ରନ ଗତି ଧିମେଇ ଯାଇଥିଲା। ଶତକ ଆଡକୁ ଅଗ୍ରସର ହେଉଥିବା ଋତୁରାଜ ୯୨ ରନ କରି ଆଉଟ୍ ହେବା ଚେନ୍ନାଇ ସମର୍ଥକଙ୍କୁ ନିରାଶ କରିଛି। ସେ ୫୦ ବଲ୍ରୁ ୪ ଚୌକା ଏବଂ ୯ ଛକା ବଳରେ ଏହି ସ୍କୋର କରିଥିଲେ। ରବୀନ୍ଦ୍ର ଜାଡେଜା(୧) କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୭ ବଲ୍ରୁ ଗୋଟିଏ ଲେଖାଏଁ ଛକା ଏବଂ ଚୌକା ସହ ୧୪ ରନ କରି ଅପରାଜିତ ଥିଲେ। ଗୁଜରାଟ୍ ଟାଇଟନ୍ସ ପକ୍ଷରୁ ରଶିଦ ଖାନ ୪ ଓଭରରେ ୨୬ ରନ ଦେଇ ୨ଟି, ମହମ୍ମଦ ଶାମି ୨୯ ରନ ଦେଇ ୨ଟି ଏବଂ ଅଲଜାରୀ ଯୋଶେଫ ୩୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।
