ଆଇପିଏଲ୍-୨୦୨୨ : ୩୦ତମ ମୁକାବିଲାରେ ରାଜସ୍ଥାନ-କୋଲକାତା ମୁକାବିଲା
ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ୩୦ତମ ମୁକାବିଲାରେ ସୋମବାର ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ। ଉଭୟ ଦଳ ନିଜର ପୂର୍ବ ମ୍ୟାଚ୍ରେ ପରାଜିତ ହୋଇଥିଲେ । ଫଳରେ ଏହି ମ୍ୟାଚ୍ ଜିତି ରାଜସ୍ଥାନ ପଏଣ୍ଟ ଟେବୁଲର ଟପ୍ ୪ରେ ରହିବାକୁ ଚେଷ୍ଟା କରିବାକୁ ଥିବାବେଳେ କୋଲକାତା ବିଜୟ ଟ୍ରାକକୁ ଫେରିବାକୁ ଚେଷ୍ଟା ଚେଷ୍ଟା କରିବ। ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମୁକାବିଲା ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।
ଆଇପିଏଲ ୨୦୨୨ରେ ଦମଦାର ଆରମ୍ଭ କରିଥିବା ରାଜସ୍ଥାନ ରୟାଲ୍ସ ଗତ ମ୍ୟାଚ୍ରେ ଗୁଜରାଟ ଟାଟଇନ୍ସ ବିପକ୍ଷରେ ପରାଜିତ ହୋଇଥିଲା। ଦଳ ୩୭ ରନରେ ଉକ୍ତ ମ୍ୟାଚ୍ ହାରିଥିଲା। ଜୋସ୍ ବଟଲରଙ୍କୁ ବାଦ୍ ଦେଲେ ରୟାଲ୍ସର ବାକି ବ୍ୟାଟସମ୍ୟାନ ନିରାଶ କରିଛନ୍ତି। ଯଦି ରାଜସ୍ଥାନକୁ କୋଲକାତା ବିପକ୍ଷ ମୁକାବିଲା ଜିତିବାକ ପଡେ ତେବେ ସଞ୍ଜୁ ସାମସନ ସହିତ ବାକି ବ୍ୟାଟସମ୍ୟାନଙ୍କୁ ରନ କରିବାକୁ ପଡିବ। ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ନିଜର ଲୟ ହରାଇଥିବା ନଜର ଆସୁଛି। ଗତ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦଳର ବୋଲିଂ ଦୁର୍ବଳ ରହିଥିଲା। ଦଳର ମିଷ୍ଟ୍ରି ବୋଲର ବରୁଣ ଚକ୍ରବର୍ତ୍ତୀଙ୍କ ପାଇଁ ଏହି ସିଜିନ ଏ ଯାଏଁ ନିରାଶଜନକ ରହିଛି। ଦଳର ଏହି ଟ୍ରମ୍ପ କାର୍ଡକୁ ନିଜର କମାଲ ଦେଖାଇବାକୁ ପଡିବ। ଗତ ସିଜିନରେ କେକେଆର ପାଇଁ ଧମାଲ କରିଥିବା ଭେଙ୍କଟେଶ ଆୟର ମଧ୍ୟ ଫର୍ମରେ ନାହାନ୍ତି। ମୋଟାମୋଟି ଆଜିର ମ୍ୟାଚ୍ କେକେଆର ପାଇଁ ପରୀକ୍ଷାର କଡି ହେବ।
କୋଲକାତା ନାଇଟ୍ ରାଇଡର୍ସ ଚୂଡାନ୍ତ ଏକାଦଶ :-
ଆରୋନ ଫିଞ୍ଚ୍, ଭେଙ୍କଟେଶ ଆୟର, ଶ୍ରେୟସ ଆୟର(ଅଧିନାୟକ), ଶେଲଡନ ଜ୍ୟାକସନ, ନୀତିଶ ରାଣା, ଆନ୍ଦ୍ରେ ରସେଲ, ପାଟ୍ କମିନ୍ସ, ସୁନିନ ନାରିନେ, ଆଜମ ଖାନ, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ।
ରାଜସ୍ଥାନ ରୟାଲ୍ସ ଚୂଡାନ୍ତ ଏକାଦଶ :-
ଜୋସ୍ ବଟଲର, ଦେବଦତ୍ତ ପାଡିକଲ, ସଞ୍ଜୁ ସାମସନ(ଅଧିନାୟକ), ରସି ଭାନ ଡର ଡସେନ, ସିମରନ ହେଟମାୟର, ରିୟାନ ପରାଗ, ଆର ଅଶ୍ଵିନ, ଟ୍ରେଣ୍ଟ ବୋଲ୍ଟ, ୟୁଜବେନ୍ଦ୍ର ଚହଲ, କୁଲଦୀପ ସେନ, ପ୍ରସିଦ୍ଧ କୃଷ୍ଣା।
