ଆଇପିଏଲ୍-୨୦୨୨ : ପଞ୍ଜାବକୁ ୬ ଓ୍ଵିକେଟରେ ହରାଇଲା ରାଜସ୍ଥାନ
ମୁମ୍ବାଇ: ଆଇପିଏଲ୍-୨୦୨୨ ର ୫୨ତମ ମ୍ୟାଚରେ ଶନିବାର ପଞ୍ଜାବ କିଙ୍ଗ୍ସକୁ ୬ ଓ୍ଵିକେଟ୍ରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ଏହି ବିଜୟ ସହ ରାଜସ୍ଥାନ ରୟାଲ୍ସ ୧୧ଶ ମ୍ୟାଚରୁ ସପ୍ତମ ବିଜୟ ହାସଲ କରି ପ୍ଲେ ଅଫ ଦୌଡରେ ନିଜର ସ୍ଥିତି ମଜବୁତ କରି ପାରିଛି। ଅନ୍ୟପଟେ ପଞ୍ଜାବ କିଙ୍ଗ୍ସ ଷଷ୍ଠ ପରାଜୟ ଭୋଗିଛି। ଦଳର ପ୍ଲେ ଅଫରେ ପ୍ରବେଶ ମୁସ୍କିଲ ହୋଇ ପଡିଛି।
ଟସ ଜିତି ପଞ୍ଜାବ ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ଇଂଲିସ ବ୍ୟାଟ୍ର ଜନ୍ନି ବେୟାରଷ୍ଟୋ ସର୍ବାଧିକ ୪୦ ବଲ୍ରୁ ୮ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୬ ରନ୍ର ଇଂନିସ ଖେଳିଛନ୍ତି । ଜିତେଶ ଶର୍ମା ୧୮ ବଲ୍ରୁ ଦ୍ରୁତ ୩୮ ଓ ବି ରାଜପକ୍ସା ୨୭ ରନ୍ର ଇଂନିସ ଖେଳିଛନ୍ତି । ବ୍ୟାଟିଂ କ୍ରମରେ ପରିବର୍ତ୍ତନ ପରେ କ୍ୟାପଟେନ ମୟଙ୍କ ଅଗ୍ରୱାଲ ମାତ୍ର ୧୫ ରନ୍ କରିଛନ୍ତି । ଲିଆମ ଲିଭିଂଷ୍ଟୋନ ଶେଷ ଭାଗରେ ଗୁରୁତ୍ବପୂର୍ଣ୍ଣ ୨୨ ରନ୍ର ଇଂନିସ ଖେଳି ପଞ୍ଜାବର ସ୍କୋର ୧୮୦ ପାର୍ କରାଇଥିଲେ । ଅନ୍ୟପଟେ ରାଜସ୍ଥାନ ପାଇଁ ପୁଣି ସ୍ପିନର ୟୁଜବେନ୍ଦ୍ର ଚହଲ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି । ୪ ଓଭରରେ ୨୮ ରନ୍ ବ୍ୟୟରେ ୩ଟି ୱିକେଟ ହାତେଇଛନ୍ତି ଚହଲ । ସେହିପରି କୁଲଦୀପ ସେନ ଓ ପ୍ରସିଦ୍ଧ କ୍ରୀଷ୍ଣା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।
