ଆଇପିଏଲ-୨୦୨୨ : ପଞ୍ଜାବକୁ ୧୫୮ରନର ବିଜୟ ଲକ୍ଷ୍ୟ ଦେଲା ହାଇଦ୍ରାବାଦ
ମୁମ୍ବାଇ : ଆଇପିଏଲ-୨୦୨୨ର ଶେଷ ଲିଗ ମ୍ୟାଚରେ ରବିବାର ହାଇଦ୍ରାବାଦ ଓ ପଞ୍ଜାବ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୮ ଓ୍ଵିକେଟ୍ ହରାଇ ୧୫୭ ରନ କରିଛି। ନିଜ ଶେଷ ମ୍ୟାଚ୍ ଜିତିବା ପାଇଁ ପଞ୍ଜାବ କିଙ୍ଗ୍ସ ସମ୍ମୁଖରେ ୧୫୮ ରନ ବିଜୟ ଲକ୍ଷ୍ୟ ରହିଛି। ହାଇଦ୍ରାବାଦ ତରଫରୁ ଅଭିଷେକ ଶର୍ମା ସର୍ବାଧିକ ୪୩ ରନ କରିଛନ୍ତି। ରୋମାରିଓ ଶେଫାର୍ଡ ୨୬ ରନ, ଓ୍ଵାଶିଂଟନ ସୁନ୍ଦର ୨୫ ରନ, ଆଡନ ମାରକ୍ରମ ୨୧ ଏବଂ ରାହୁଲ ତ୍ରିପାଠୀ ୨୦ ରନ କରିଛନ୍ତି। କୌଣସି ବ୍ୟାଟସମ୍ୟାନ ବଡ ସ୍କୋର କରିନପାରିବାରୁ ହାଇଦ୍ରାବାଦ ୧୫୭ ରନରେ ସୀମିତ ରହିଛି। ପଞ୍ଜାବ ପକ୍ଷରୁ ହରପ୍ରୀତ ବ୍ରାର ୨୬ ରନ ଦେଇ ୩ ଏବଂ ନାଥନ ଏଲିସ ୪୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।
ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଅନୁଷ୍ଠିତ ମ୍ୟାଚ୍ରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ୪୩ରନ କରିଥିବାବେଳେ ରୋମାରିଓ ସେଫର୍ଡ ୨୬, ଓ୍ବାସିଂଟନ ସୁନ୍ଦର ୨୫ରନ, ଆଇଡେନ ମାର୍କରାମ ୨୧ରନ ଓ ରାହୁଲ ତ୍ରିପାଠୀ ୨୦ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୭ରନ କରିଥିଲା । ପଂଜାବ ପକ୍ଷରୁ ହରପ୍ରୀତ ବ୍ରାର ଓ ନାଥନ ଏଲିସ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଚଳିତ ଆଇପିଏଲରେ ଉଭୟ ହାଇଦ୍ରାବାଦ ଓ ପଂଜାବ ଦଳ ଭଲ ଆରମ୍ଭ କରିଥିଲେ ବି ପରେ ଲଗାତାର ମ୍ୟାଚ ହାରି ପ୍ଲେ ଅଫ ଦୌଡରୁ ବାଦ ପଡ଼ିଥିଲେ । ଉଭୟ ଦଳ ଏପର୍ଯ୍ୟନ୍ତ ୧୩ଟି ଲେଖାଏଁ ମ୍ୟାଚ ଖେଳି ୬ ଟି ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଉଭୟ ଦଳ ୧୨ ପଏଣ୍ଟ ଲେଖାଏଁ ପାଇଛନ୍ତି । ପଂଜାବ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ଓ ହାଇଦ୍ରାବାଜ ୮ମ ସ୍ଥାନରେ ରହିଛି । ଆଜି ମ୍ୟାଚର ବିଜେତା ଆଉ ୨ ପଏଣ୍ଟ ପାଇ ନିଜର ପଏଣ୍ଟ ସଂଖ୍ୟାକୁ ୧୪କୁ ବୃଦ୍ଧି କରିପାରିବ ।
