ଆଇପିଏଲ୍-୨୦୨୨ : ସପ୍ତମ ବିଜୟ ସହ ଶୀର୍ଷରେ ଗୁଜରାଟ
IPL 2022: Bowlers take Gujarat Titans to top of table with eight-run win over Kolkata Knight Riders. (Credit : IPL/Twitter (not for sale)
ମୁମ୍ବାଇ: ସ୍ଥାନୀୟ ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ବୁଧବାର ଖେଳାଯାଇଥିବା ଚଳିତ ଆଇପିଏଲ୍ର ୪୦ତମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ୫ ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଦେଇଛି। ଉମ୍ରାନ ମଲ୍ଲିକଙ୍କ ୫ ୱିକେଟ୍ ଦଖଲକୁ କେକାର କରିଦେଇ ରାହୁଲ ତିୱାତିଆ ଓ ରସିଦ୍ ଖାନ୍ ଗୁଜରାଟକୁ ଅବିଶ୍ବସନୀୟ ବିଜୟ ଭେଟି ଦେଇଥିଲେ। ଅନ୍ତିମ ଓଭରରୁ ୨୨ ରନ୍ ଦରକାର ଥିଲା ବେଳେ ମାର୍କୋ ଜାନ୍ସେନ୍ଙ୍କୁ ଉଭୟେ (ରସିଦ୍ ୩ ଓ ତିୱାତିଆ ୧) ୪ ଛକା ମାରି ଗୁଜରାଟ ଶିବିରରେ ଉଲ୍ଲାସ ଭରିଦେଇଥିଲେ। ଗୁଜରାଟର ପତନ ଘଟିଥିବା ସମସ୍ତ ୫ଟିଯାକ ୱିକେଟ୍ ଉମ୍ରାନ ଅକ୍ତିଆର କରିଥିଲେ ମଧ୍ୟ ଅନ୍ୟ କେହି ପ୍ରଭାବୀ ହୋଇନଥିଲେ। ଏହାର ଫାଇଦା ଉଠାଇ ତିୱାତିଆ ଓ ରସିଦ୍ ଖାନ୍ ବିସ୍ଫୋରକ ପାଳି ଖେଳିଥିଲେ। ଶେଷ ୪ ଓଭରରୁ ଦୁହେଁ ୫୯ ରନ୍ ଯୋଡ଼ି ଗୁଜରାଟକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଭେଟି ଦେଇଥିଲେ। ଏଥି ସହିତ ଗୁଜରାଟ ଅଷ୍ଟମ ମ୍ୟାଚ୍ରୁ ସପ୍ତମ ବିଜୟ ସହ ୧୪ ପଏଣ୍ଟରେ ତାଲିକାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି। ସେହିପରି ସନରାଇଜର୍ସ ହାଇଦ୍ରାବାଦର ବିଜୟ ଯାତ୍ରାରେ ଲାଗିଛି ବ୍ରେକ। ହାଇଦ୍ରାବାଦ ସମାନ ଅଷ୍ଟମ ମ୍ୟାଚରୁ ତୃତୀୟ ପରାଜୟ ସହ ତୃତୀୟ ସ୍ଥାନରେ ସ୍ଥିର ରହିଛି।
ଅନ୍ୟପକ୍ଷରେ ଏହି ପଡ଼ିଆରେ ଏହା ପୂର୍ବରୁ ଖେଳାଯାଇଥିବା ୫ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ହିଁ ବିଜୟୀ ହୋଇଥିଲା। ଏଭଳି ଅତୀତ ପରିସଂଖାନ ସତ୍ତ୍ବେ ଗୁଜରାଟ ଅଧିନାୟକ ହାର୍ଦିକ୍ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ହାଇଦ୍ରାବାଦକୁ ଆମନ୍ତ୍ରଣ କରିଥିଲେ। ଏହା ମଧ୍ୟ ପାଣ୍ଡ୍ୟାଙ୍କ ସପକ୍ଷରେ ଯାଇଥିଲା। ଫଳରେ ୱାଙ୍ଖ୍ଡେରେ ପ୍ରଥମେ ବ୍ୟାଟିଂ କରି ଶତପ୍ରତିଶତ ବିଜୟ ଧାରା ଭାଙ୍ଗିଥିଲା।
