ଆଇପିଏଲ୍-୨୦୨୨ : ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡିଲା ଚେନ୍ନାଇ ସୁପର୍ କିଙ୍ଗସ୍
ଆଇପିଏଲ୍-୨୦୨୨ : ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡିଲା ଚେନ୍ନାଇ ସୁପର୍ କିଙ୍ଗସ୍ମୁମ୍ବାଇ : ଆଇପିଏଲ୍-୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ପରେ ଚେନ୍ନାଇ ସୁପର୍ କିଙ୍ଗସର ମଧ୍ୟ ଆଇପିଏଲ୍ ପ୍ଲେ ଅଫ୍ ଆଶା ଧୂଳିସାତ୍ ହୋଇଯାଇଛି । ଗୁରୁବାର ଖେଳାଯାଇଥିବା ଏକ ଲୋ’ ସ୍କୋରିଂ ମ୍ୟାଚରେ ମୁମ୍ବାଇ ୫ ୱିକେଟରେ ମହେନ୍ଦ୍ର ସିଂ ଧୋନି ଚେନ୍ନାଇକୁ ହରାଇଛି । ଏହି ପରାଜୟ ସହ ଚେନ୍ନାଇ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ, ମୁମ୍ବାଇ ଆଗରେ ମାତ୍ର ୯୮ ରନର ଲକ୍ଷ୍ୟ ରଖିଥିଲା । ଜବାବରେ ମୁମ୍ବାଇ ଏହି ଟାର୍ଗେଟକୁ ୧୫ ଓଭର ଭିତରେ ହାସଲ କରିନେଇଛି ।
ଛୋଟିଆ ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇକୁ ମଧ୍ୟ ପ୍ରାରମ୍ଭିକ ଝଟକା ଲାଗିଥିଲା । ୩୩ ରନ୍ ଭିତରେ ମୁମ୍ବାଇର ୪ ୱିକେଟ୍ ନେଇ ଚେନ୍ନାଇ ମ୍ୟାଚକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା । କିନ୍ତୁ ତିଳକ ବର୍ମା ଧୈର୍ଯ୍ୟପୂର୍ଣ୍ଣ ଇନିଂସ୍ ମୁମ୍ବାଇକୁ ବିଜୟୀ କରାଇଥିଲା । ତିଳକ ଅପରାଜିତ ୩୪ ରନ୍ କରିଥିବା ବେଳେ ହ୍ରିତିକ ଶୋକିନ୍ ୧୮ ଓ ଟିମ୍ ଡେଭିଡ୍ ଅପରାଜିତ ୧୬ ରନର ଯୋଗଦାନ କରିଥିଲେ । ଚେନ୍ନାଇ ପକ୍ଷରୁ ଅଧିନାୟକ ମହେନ୍ଦ୍ର ସିଂ ଧୋନି ସର୍ବାଧିକ ୩୬ ରନ୍ କରିଥିଲେ । ମୁମ୍ବାଇର ବାମହାତୀ ସିମର୍ ଡାନିଏଲ୍ ସାମ୍ସ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।
ସୂଚନା ଯେ, ମ୍ୟାଚ୍ରେ ଚେନ୍ନାଇର ଲଜ୍ଜାଜନକ ଖେଳ ଦେଖିବାକୁ ମିଳିଥିଲା। ଦଳ ମାତ୍ର ୪୦ ରନ୍ କରି ୬ ୱିକେଟ୍ ହରାଇଥିଲା। ବଡ଼ ରନ୍ ପାଇଁ ସଂଘର୍ଷ କରୁଥିବା ଧୋନୀଙ୍କ ଟିମ୍ ଶେଷରେ ୨୦ ଓଭର ବି ଖେଳିପାରି ନଥିଲା। ୧୬ ଓଭର ଖେଳି ମାତ୍ର ୯୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି ଟିମ୍। ମ୍ୟାଚ୍ରେ ଧୋନୀ ଗୋଟିଏ ପଟେ ୱିକେଟ୍ ବଞ୍ଚାଇ ଖେଳୁଥିବା ବେଳେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ୱିକେଟ୍ ଖସିବାକୁ ଲାଗିଥିଲା। ଶେଷରେ ଷ୍ଟ୍ରାଇକ୍ ନେବା ଚକ୍କରରେ ଧୋନୀ ରନ୍ଆଉଟ ହୋଇଥିଲେ। ସେ ମୋଟ ୩୬ ରନ୍ କରିଥିବା ବେଳେ ୪ ଚୌକା ଓ ୨ ଛକ୍କା ଥିଲା।
