ଆଇପିଏଲ-୨୦୨୧ : କେକେଆର ବିପକ୍ଷରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ
ସାରଜା : ଆଇପିଏଲର ୫୩ତମ ମ୍ୟାଚରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ସାରଜାର ମନ୍ଥର ପିଚ୍ରେ ଚମତ୍କାର ପ୍ରଦର୍ଶନ କରିବାକୁ ଉଭୟ ଦଳ ଯୋଜନା କରିଛନ୍ତି । ଉଭୟ ଦଳର ଏହା ଅନ୍ତିମ ଲିଗ୍ ମ୍ୟାଚ୍ । ଏଥିରେ ଟସ ଜିତି କେକେଆର ବିପକ୍ଷରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ ।
ନାଇଟ୍ ରାଇଡର୍ସ ପାଇଁ ବିଜୟ ଅତ୍ୟନ୍ତ ଜରୁରୀ । ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନ(୧୨ପଏଣ୍ଟ)ରେ ରହିଥିବା ନାଇଟ୍ ରାଇଡର୍ସ ବିଜୟ ସହ ପ୍ଲେ-ଅଫ୍ ଅଫ ଆଶା ଉଜ୍ଜ୍ୱଳ କରିବାକୁ ପ୍ରୟାସ କରିବ । ପରାଜିତ ହେଲେ ମୁମ୍ବାଇ ଇଣ୍ଡିଆନ୍ସର ସୁଯୋଗ ବଢିଯିବ । ମୁମ୍ବାଇ ଇଣ୍ଡିଆନ୍ସ ୧୨ ପଏଣ୍ଟ ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ଶେଷ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଦଳ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ୧୦ ପଏଣ୍ଟ ହାସଲ କରିଥିବା ରାଜସ୍ଥାନ ରୟାଲ୍ସର ପ୍ଲେ-ଅଫ୍ ସୂତା ଖିଅରେ ଝୁଲୁଛି । ରନ୍ ରେଟ୍ରେ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ, ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସକୁ ରନ୍ ରେଟ୍ରେ ପଛରେ ପକାଇବାକୁ ହେଲେ ରୟାଲ୍ସ ଦଳକୁ ବିଶାଳ ବ୍ୟବଧାନରେ ବିଜୟ ହାସଲ କରିବାକୁ ହେବ । ଯାହା ଏକ ପ୍ରକାର ଅସମ୍ଭବ ମନେ ହେଉଛି । ନାଇଟ ରାଇଡର୍ସ ପୂର୍ବ ପରାଜୟର ପ୍ରତିଶୋଧକୁ ନେବାକୁ ପଛାଇବ ନାହିଁ । ଅନ୍ୟପକ୍ଷରେ ଏହି ଦଳର ଗୁରୁବାରର ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସ ଭାଗ୍ୟ ଏବେ ସୂତା ଖିଅରେ ଝୁଲୁଛି। କୌଣସି ଚମତ୍କାର ହି ଏହି ଦଳକୁ ପ୍ଲେ ଅଫ୍ରେ ପହଞ୍ଚାଇ ପାରିବ। ସଂପ୍ରତି ଏହି ଦଳ ୧୩ ମ୍ୟାଚ୍ରୁ ମାତ୍ର ୫ ବିଜୟ ହାସଲ କରି ପଏଣ୍ଟ ତାଲିକାର ସପ୍ତମ ସ୍ଥାନରେ ରହିଛି। ଏଣୁ ଆସନ୍ତାକାଲି କେକେଆର୍କୁ ହରାଇବାକୁ ହେଲେ ଏହି ଦଳକୁ କିଛି ନା କିଛି ସ୍ବତନ୍ତ୍ର ରଣନୀତି ନେଇ ପଡ଼ିଆକୁ ଓହ୍ଲାଇବାକୁ ହେବ। କେକେଆର୍ର ଘରୋଇ ନାୟକ ଭେଙ୍କଟେଶ ଆୟର ଓ ରାହୁଲ ତ୍ରିପାଠୀ ଚମତ୍କାର ଫର୍ମରେ ଅଛନ୍ତି। ଶୁବମନ ଗିଲ୍ ଓ ନୀତୀଶ ରାଣା ମଧ୍ୟ ବଡ଼ ପାଳି ଖେଳିବାକୁ ପୂରା ସକ୍ଷମ। ବାଂଲାଦେଶ ଅଲରାଉଣ୍ଡର ସକିବ-ଅଲ୍-ହାସନ ସାମିଲ ହେବା ପରେ କେକେଆର୍ ଆହୁରି ଶକ୍ତିଶାଳୀ ହୋଇଯାଇଛି। ସ୍ପିନର ବରୁଣ ଚକ୍ରବର୍ତ୍ତୀ, ସୁନିଲ ନାରାୟଣଙ୍କ ସହ ପେସର ଟମି୍ ସାଉଦି, ପ୍ରସିଦ୍ଧ କ୍ରିଷ୍ଣା, ଶିଭବ ମାଭି ଘାତକ ବୋଲିଂ କରୁଛନ୍ତି। ଅନ୍ୟପକ୍ଷରେ ଯଶସ୍ବୀ ଜୟସ୍ବାଲଙ୍କ ଛଡ଼ା ରାଜସ୍ଥାନର ଅଧିକାଂଶ ବ୍ୟାଟର୍ ଦ୍ବିତୀୟ ଚରଣରେ ସଂଘର୍ଷ କରୁଛନ୍ତି। ଅଧିନାୟକ ସଞ୍ଜୁ ସାମସନ୍ ଅସ୍ଥିର ବ୍ୟାଟିଂ କରୁଛନ୍ତି। ଏହି ଦଳର ପ୍ରମୁଖ ବୋଲର ମୁସ୍ତାଫିଜୁର ରହମାନ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ମୁହାଁମୁହିଁ ମୁକାବିଲାକୁ ଦେଖିଲେ ଉଭୟ ଦଳ ପରସ୍ପରକୁ ୨୪ ମ୍ୟାଚ୍ରେ ଭେଟିଛନ୍ତି। ସେଥିମଧ୍ୟରୁ କେକେଆର୍ ୧୨ ଏବଂ ରାଜସ୍ଥାନ ୧୧ ମ୍ୟାଚ୍ ଜିତିଛି। ଗୋଟିଏ ମୁକାବିଲାର ଫଳାଫଳ ମିଳିନି।
