ଆଇପିଏଲ ୨୦୨୧ : ପଞ୍ଜାବକୁ ୧୩୫ ରନର ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ
ଦୁବାଇ : ଆଇପିଏଲ୍ର ୫୩ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ । ଏହି ଉଭୟଙ୍କ ଶେଷ ଲିଗ୍ ମ୍ୟାଚ୍ । ଏଥିରେ ଟସ ଜିତି ପଞ୍ଜାବ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିଛି । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୩୪ ରନ ସଂଗ୍ରହ କରିଛି ସିଏସ୍କେ । ଓପନର ଫାଫ୍ ଡୁ ପ୍ଲେସୀଙ୍କ ଦର୍ଶନୀୟ ଅର୍ଦ୍ଧଶତକ ବଳରେ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଛି ଦଳ । ଚେନ୍ନାଇ ପକ୍ଷରୁ ଓପନର ଫାଫ୍ ଡୁ ପ୍ଲେସୀ ଚମତ୍କାର ବ୍ୟାଟିଂ କରିଥିବା ବେଳେ ଅନ୍ୟମାନେ ନିରାଶ କରିଛନ୍ତି । ଡୁ ପ୍ଲେସୀ ୫୪ ବଲରୁ ୮ ଚୌକା ଏବଂ ୨ ଛକା ସହାୟତାରେ ୭୬ ରନ କରି ଆଉଟ ହୋଇଛନ୍ତି । ଋତୁରାଜ ଗାୟକ୍ବାଡ୍ ମାତ୍ର ୧୨ ରନ କରି ଆଉଟ ହୋଇଥିବାବେଳେ, ମୋଇନ ଅଲ୍ଲୀ ୦, ରବିନ ଉତ୍ଥପା ୨, ଅମ୍ବାତି ରାୟୁଡୁ ୪, ଏମ୍ଏସ୍ ଧୋନୀ ୧୨ରନ କରି ଆଉଟ ହୋଇଛନ୍ତି । ରବୀନ୍ଦ୍ର ଜାଡେଜା ୧୫ ରନ ଏବଂ ଡ୍ବେନ୍ ବ୍ରାଭୋ ୪ ରନ କରି ଅପରାଜିତ ଅଛନ୍ତି । ପଞ୍ଜାବ ପକ୍ଷରୁ ମହମ୍ମଦ ସାମୀ ୪ ଓଭରରେ ୨୨ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ ହରପ୍ରୀତ ସିଂହ ୪ ଓଭରରେ ୨୨ରନ, ଅର୍ଷଦୀପ ସିଂହ ୪ ଓଭରରେ ୩୫ ରନ ୨ ଓ୍ବିକେଟ, କ୍ରିସ୍ ଜୋର୍ଡନ୍ ୩ ଓଭରରେ ୨୦ରନ ୨ ଓ୍ବିକେଟ୍, ରବି ବିଷ୍ଣୋୟୀ ୪ ଓଭରରେ ୨୫ ରନ ୧ ଓ୍ବିକେଟ ଏବଂ ମୋସେ୍ ହେନରିକସ୍ ୧ ଓଭରରେ ୯ରନ ଦେଇଛନ୍ତି ।
ଚେନ୍ନାଇ ଏହି ମ୍ୟାଚ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ପ୍ରୟାସ କରିବ । ପ୍ଲେ-ଅଫ୍ରେ ପ୍ରବେଶ କରିବା ପାଇଁ ପଞ୍ଜାବ କିଙ୍ଗ୍ସ ନିକଟରେ ଆଉ ସୁଯୋଗ ନାହିଁ । କେବଳ ସୁପରକିଙ୍ଗ୍ସ ବିପକ୍ଷରେ ପୂର୍ବ ପରାଜୟ ନେବାକୁ ଦଳ ପ୍ରୟାସ କରିବ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ମ୍ୟାଚ୍ରୁ ସୁପରକିଙ୍ଗ୍ସ ୪ଟି ମ୍ୟାଚ୍ ଜିତିଛି । ଅବଶ୍ୟ ପଏଣ୍ଟ ଟେବୁଲର ଶୀର୍ଷ ଦୁଇ ସ୍ଥାନରେ ଥିବା ଚେନ୍ନାଇ ତାର ଗତ ଦୁଇ ମୁକାବିଲାରେ ପରାଜିତ ହୋଇଛି। ସେଥିପାଇଁ ଗୁରୁବାର ବିଜୟ ଧାରାକୁ ଫେରିବା ସହ ପଏଣ୍ଟ ତାଲିକାରେ ଏହି ସ୍ଥାନ ବଜାୟ ରଖିବାକୁ ଚେନ୍ନାଇ ଆପ୍ରାଣ ଉଦ୍ୟମ କରିବ। ଚେନ୍ନାଇ ସଂପ୍ରତି ୧୩ ମ୍ୟାଚ୍ରୁ ୯ ବିଜୟ ହାସଲ କରି ୧୮ ପଏଣ୍ଟରେ ରହିଛି। ସେପଟେ ଦ୍ବିତୀୟ ଚରଣର କେତେକ ଜିତିବା ମ୍ୟାଚ୍କୁ ହାରିଥିବା ପଞ୍ଜାବ କ୍ରମାଗତ ଭାବେ ଅସ୍ଥିର ଖେଳ ଖେଳୁଛି। ଏହି ସଳ ୧୩ ମ୍ୟାଚ୍ରୁ ୧୦ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଏଣୁ ଗୁରୁବାର ବିଜୟୀ ହେଲେ ମଧ୍ୟ ଏହି ଦଳକୁ ପ୍ଲେ ଅଫ୍ ଯିବା ଲାଗି ରନ୍ ରେଟ୍ ଉପରେ ନିର୍ଭର କରିବାକୁ ହେବ।
