ହାଜତ ମୃତ୍ୟୁ ମାମଲାରେ ତଦନ୍ତକାରୀ ଅଧିକାରୀ ବଦଳିଲେ
ଭୁବନେଶ୍ୱର : ଭୁବନେଶ୍ୱର ବଡଗଡ ଥାନା ହାଜତ ମୃତ୍ୟୁ ମାମଲାରେ ୧୦ ଜଣଙ୍କ ବଦଳି । ଏନଏଚଆରସି ଗାଇଡଲାଇନ ଅନୁସାରେ ବଦଳିଲେ ତଦନ୍ତକାରୀ ଅଧିକାରୀ । ତଦନ୍ତକାରୀ ଅଧିକାରୀ ଏସଆଇ ଏସ୍.କେ ବେହେରାଙ୍କ ବଦଳି ହୋଇଛି । ଆଇଆଇସି ଅଧିକାରୀ ମାମଲାର ତଦନ୍ତ ଅଧିକାରୀ ହେବେ । ଏହା ସହ ତଦନ୍ତ ତଦାରଖ କରିବେ ଅତିରିକ୍ତ ଡିସିପି ଅଧିକାରୀ । ଏନଏଚଆରସି ଗାଇଡଲାଇନରେ ତଦନ୍ତ ହେଇଛି କି ନାହିଁ ତଦାରକ କରିଯିବ । ତେବେ ୪୮ ଘଣ୍ଟା ଭିତରେ ଏ ସମ୍ପର୍କିତ ରିପୋର୍ଟ ଡିସିପିଙ୍କୁ ଦିଆଯିବ । ଏହାପରେ ଡିସିପି ରିପୋର୍ଟ ଜାତୀୟ ମାନବାଧିକାର କମିଶନଙ୍କୁ ପଠାଇବେ ।
