ଅନ୍ତର୍ଜାତୀୟ ବିମାନ ସେବା କଟକଣା ଫେବୃଆରୀ ୨୮ ଯାଏଁ ବୃଦ୍ଧି
ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତରୁ ଅନ୍ତର୍ଜାତୀୟ ବିମାନ ସେବା କଟକଣା ଫେବୃଆରୀ ୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଦ୍ବାରା ଜାରି ସର୍କୁଲାରରେ ଏହା କୁହାଯାଇଛି। ତେବେ ଏୟାର ବବଲ୍ ବ୍ୟବସ୍ଥା ସହ ଚଳାଚଳ କରୁଥିବା ଯାତ୍ରୀ ବିମାନ ଓ ମାଲ ପରିବହନ ସେବା ଉପରେ କୌଣସି କଟକଣା ଲାଗିବ ନାହିଁ ।
ଆଜି ‘ଡାଇରେକ୍ଟର୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍’ ଫେବ୍ରୁଆରି ୨୮ ତାରିଖ ପର୍ଯ୍ୟନ୍ତ ନିୟମିତ ଯାତାୟାତ କରୁଥିବା ଆନ୍ତର୍ଜାତିକ ବ୍ୟାବସାୟିକ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ଫେବ୍ରୁଆରି ୨୮ ତାରିଖ ପର୍ଯ୍ୟନ୍ତ ନିଷେଧାଜ୍ଞା ଜାରି କରିଛି। କିନ୍ତୁ, ‘ଏୟାର୍ ବବଲ୍ ଏଗ୍ରିମେଣ୍ଟ’ ଏବଂ ‘ବନ୍ଦେ ଭାରତ ମିସନ୍’ ଅଧୀନରେ ଥିବା ସମସ୍ତ ବିମାନ ଚଳାଚଳ ଅବ୍ୟାହତ ରହିବ। ପୂର୍ବ ବ୍ୟବସ୍ଥା ଅନୁସାରେ, ମାଲବାହୀ ବିମାନ ସବୁ ମଧ୍ୟ ଚଳାଚଳ କରିବ। ‘ଡିଜିସିଏ’ ଜାରି କରିଥିବା ସର୍କ୍ୟୁଲାର୍ରେ ଉଲ୍ଲେଖ ଅଛି, ୨୬.୧୧.୨୦୨୧ରେ ଜାରି ସର୍କ୍ୟୁଲାର୍ରେ ଆଂଶିକ ପରିବର୍ତ୍ତନ କରି ଭାରତକୁ ଓ ଭାରତରୁ ନିୟମିତ ଆନ୍ତର୍ଜାତିକ ବ୍ୟାବସାୟିକ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ଜାରି ହୋଇଥିବା ନିଷେଧାଜ୍ଞାକୁ ୨୦୨୨ ଫେବ୍ରୁଆରି ୨୮. ୨୩:୫୯ ପର୍ଯ୍ୟନ୍ତ ବୃଦ୍ଧି କରିଛି। ୨୦୨୧ ଡିସେମ୍ବର ୧୫ରୁ ନିୟମିତ ଆନ୍ତର୍ଜାତିକ ବ୍ୟାବସାୟିକ ଯାତ୍ରୀବାହୀ ବିମାନ ଚଳାଚଳ ପୁଣି ଆରମ୍ଭ ହେବ ବୋଲି ‘ଡିଜିସିଏ’ ପୂର୍ବରୁ ଘୋଷଣା କରିଥିଲା। କିନ୍ତୁ, ସମଗ୍ର ବିଶ୍ବରେ ଓମିକ୍ରନ୍ ବ୍ୟାପ୍ତିଜନିତ ବିପଦ ଯୋଗୁଁ ଡିସେମ୍ବର ତାହା ନ କରିବା ଲାଗି ଡିସେମ୍ବର ୧ ତାରିଖରେ ସ୍ଥିର କରିଥିଲା।
