ବୀର ସାବରକରଙ୍କ ନାମରେ ରାଜନୀତି ବଦଳରେ ସରକାର ତାଙ୍କୁ ଭାରତ ରତ୍ନ ପୁରସ୍କାର ଦେବା ଉଚିତ୍- ଅଜିତ ପାୱାର
ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଅଜିତ ପାୱାର କହିଛନ୍ତି ଯେ ବୀର ସାବରକରଙ୍କ ନାମରେ ରାଜନୀତି କରିବା ବଦଳରେ ସରକାର ତାଙ୍କୁ ଭାରତ ରତ୍ନ ପୁରସ୍କାର ଦେବା ଉଚିତ୍ । ପାୱାର କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) କେନ୍ଦ୍ର ତଥା ରାଜ୍ୟରେ କ୍ଷମତାରେ ଅଛି, ତେଣୁ କେଉଁ କଥା ପାଇଁ ଅପେକ୍ଷା । ଅଜିତ ପାୱାର ସୋମବାର ମୁମ୍ବାଇରେ ଗଣମାଧ୍ୟମକୁ କହିଛନ୍ତି ଯେ ବୀର ସାବରକରଙ୍କ ନାମରେ ଜୋରଦାର ରାଜନୀତି ଚାଲିଥିବାବେଳେ ଭାରତ ରତ୍ନ ପୁରସ୍କାର ତାଙ୍କୁ ଦିଆଯିବା କଥା କେଉଁଠାରେ ଉଲ୍ଲେଖ କରାଯାଇ ନାହିଁ । ମହାରାଷ୍ଟ୍ରର ବୀର ସାବରକରଙ୍କ ସମେତ ବହୁ ମହାନ ବ୍ୟକ୍ତି ଏବେବି ମଧ୍ୟ ଭାରତ ରତ୍ନ ପୁରସ୍କାରରୁ ବଂଚିତ ହୋଇଛନ୍ତି, ଏହି ମହାନ ବ୍ୟକ୍ତିମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବା ଉଚିତ୍ । ରାଜ୍ୟରେ ଏବଂ କେନ୍ଦ୍ରରେ ଏବଂ ବିଜେପି ସରକାର ଅଛି, ଏହି ଲୋକମାନେ କେଉଁ ମୁହୂର୍ତକୁ ଅପେକ୍ଷା କରିଛନ୍ତି ତାହା ଜଣା ନାହିଁ ।
