ନୌସେନାରେ ‘ଆଇଏନଏସ ଭେଲା’
ଅତ୍ୟାଧୁନିକ କ୍ଷମତା ସହ ବଢିବ ଶକ୍ତି
ନୂଆଦିଲ୍ଲୀ: ନୌସେନାରେ ସାମିଲ ହେଲା ବୁଡାଜାହଜ ‘ଆଇଏନଏସ ଭେଲା’ । ପଶ୍ଚିମ ନୌସେନା କମାଣ୍ତ ମୁମ୍ବାଇରେ ନୌସେନା ମୁଖ୍ୟ ଆଡମିରାଲ୍ କରମବୀର ସିଂଙ୍କ ଉପସ୍ଥିତିରେ ଏହି ଚତୁର୍ଥ ସ୍କର୍ପିନ୍ ଶ୍ରେଣୀ ର ଅତ୍ୟାଧୁନିକ ବୁଡା ବୁଡ଼ାଜାହାଜ INS Velaକୁ ନୌସେନାରେ ବିଧିବଦ୍ଧ ସାମିଲ କରାଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ନୌସେନାର ମୁଖ୍ୟ ଆଡମିରାଲ କରାମବୀର ସିଂହ କହିଛନ୍ତି, ‘ଆଇଏନଏସ ଭେଲା’ ବର୍ତ୍ତମାନ ସମୟରେ ଭାରତୀୟ ନୌସେନାର ଏକ ପ୍ରମୁଖ ଅସ୍ତ୍ର ହେବାକୁ ଯାଉଛି । ଏହି ନୂତନ ଶ୍ରେଣୀର ଅତ୍ୟାଧୁନିକ ବୁଡା ଜାହଜକୁ ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ସାମର୍ଥ୍ୟ ଏବଂ ଫାୟାର ପାଓ୍ବାରରେ ବିକଶିତ କରାଯାଇଛି । ଯାହା ଯେକୌଣସି ପରିସ୍ଥିତିରେ କୌଣସି ଅପରେସନକୁ ସଫଳତାର ସହ ରୁପ ଦେବ ।
ଫ୍ରାନ୍ସର ନାଭାଲ୍ ଗ୍ରୁପ ସହଯୋଗରେ ମାଜାଗାଓନ୍ ଡକ୍ ସିପବିଲ୍ଡର୍ସ ଲିମିଟେଡ୍ ଦ୍ବାରା ଏହି ବୁଡ଼ାଜାହାଜ ନିର୍ମାଣ କରାଯାଇଛି । ପ୍ରଥମ ‘ଆଇଏନଏସ ଭେଲା’ ୧୯୭୩ ଅଗଷ୍ଟ ପହିଲାରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲା । ୩୭ ବର୍ଷ ନୌସେନାରେ ସେବା ଯୋଗାଇବା ପରେ ୨୦୧୦ ଜୁନ ୨୫ ତାରିଖରେ ଏହାକୁ ସେବା ନିବୃତ୍ତ କରାଯାଇଥିଲା । ଏହି ଦ୍ବିତୀୟ ନବନିର୍ମିତ ବୁଡାଜାହାଜକୁ ସେହି ନାମରେ ନାମିତ କରାଯାଇଛି ।
ନିକଟରେ ଶ୍ରେଣୀର ଅନ୍ୟାଧୁନିକ ନବନିର୍ମିତ ଯୁଦ୍ଧ ଜାହଜ ଆଇଏନଏସ ବିଶାଖାପାଟନମ ଭାରତୀୟ ନୌସେନାରେ ସାମିଲ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ନୌସେନାରେ ସାମିଲ ହୋଇଥିଲା ଆଇଏନଏସ ବିଶାଖାପାଟନମ । ତେବେ ଗୋଟିଏ ପରେ ଗୋଟିଏ ଅତ୍ୟାଧୁନିକ ନୂତନ ଜାହଜ ସାମିଲ ଫଳରେ ଶକ୍ତିଶାଳୀ ହେଉଛି ଭରତୀୟ ନୌସେନା ।
