ଟିଟାନାଶ ବଦଳରେ କୁକୁର କାମୁଡା ଇଞ୍ଜେକ୍ସନ, ନୀଳଗିରି ମେଡିକାଲରେ ଉତ୍ତେଜନା
ନୀଳଗିରି : ପୁଣି ଚର୍ଚ୍ଚାରେ ନୀଳଗିରି ମେଡିକାଲ । ପୂର୍ବରୁ ବିଭିନ୍ନ ଘଟଣାକ୍ରମେ ଚର୍ଚ୍ଚାରେ ରହୁଥିବା ନୀଳଗିରି ମେଡିକାଲରେ ଏଥର ଜଣେ ୧୨ ବର୍ଷର ନାବାଳକଙ୍କୁ ଟିଟାନାସ ଇଞ୍ଜେକ୍ସନ ବଦଳରେ କୁକୁର କାମୁଡା ଇଞ୍ଜେକ୍ସନ ଦେବାକୁ ନେଇ ଉତ୍ତେଜନା ଦେଖାଦେଇଛି । ଘଟଣାକ୍ରମେ ସ୍ଥିତି ଶାନ୍ତ ମଧ୍ୟ ହୋଇଛି ।
ସୂଚନା ଯେ, ବାଲେଶ୍ଵର ଜିଲ ନୀଳଗିରି ଥାନା ଅଧିନ ବାଉଁଶବଣିଆ ପଞ୍ଚାୟତ ଛୋଟ କାନପୁର ଗ୍ରାମର ଗଣେସ୍ୱର ସେଠି(୪୫)ଙ୍କ ୧୨ ବର୍ଷର ପୁଅ ଗୁରୁବାର ରାତିରେ ହାତ କାଟିଜାଇଥିବା ଯୋଗୁଁ ଶୁକ୍ରବାର ସକାଳେ ନୀଳଗିରି ଉପଖଣ୍ଡ ହସ୍ପିଟାଲକୁ ଆସି ଟିକେଟ କାଟି ଡାକ୍ତରଙ୍କୁ ଦେଖାଇଥିଲେ। ହେଲେ ଫାର୍ମାସିଷ୍ଟ ଟିଟାନାଶ ବଦଳରେ କୁକୁର କାମୁଡା ଇଞ୍ଜେକ୍ସନ ଦେଇ ଦେଇଥିଲେ। ପରେ ବାପା ଗଣେସ୍ୱର ଜାଣିବାକୁ ପାଇଲେ ଆହୁରି ଦୁଇଟି ଇଞ୍ଜେକ୍ସନ ଦେବାର ଅଛି। ପଚାରି ବୁଝିଲେ କଣ ପାଇଁ ଆହୁରି ଦୁଇ ଥର ଇଞ୍ଜେକ୍ସନ ନେବେ ଉତ୍ତରେ ଜାଣିବାକୁ ପାଇଲେ ପୁଅ ନେଇଥିବା ଇଞ୍ଜେକ୍ସନ କୁକୁର କାମୁଡା ପାଇଁ। ଟିଟାନାଶ ବଦଳରେ କୁକୁର କାମୁଡା ଇଞ୍ଜେକ୍ସନ ଦେବାକୁ ନେଇ ମେଡ଼ିକାଲର କିଛି ସ୍ବାସ୍ଥ୍ୟ କର୍ମୀ ନିଜର ଭୁଲ ବୁଝି ଗଣେସ୍ୱରଙ୍କ ଠାରୁ ଠାରୁ ପୁରୁଣା ଟିଟ୍ ଇଞ୍ଜେକ୍ସନର ପ୍ରେସକ୍ରିପସନ ଛଡାଇ ନେଇ ନୂଆ ପ୍ରେସକ୍ରିପସନ ଧରାଇ ଦେଇଥିଲେ । ଏହି ଘଟଣାକୁ ନେଇ କିଛି ସମୟ ପାଇଁ ହସ୍ପିଟାଲ ପରିସରରେ ଉତ୍ତେଜନା ଲାଗି ରହିଥିଲା । ତେବେ ସେଠାରେ ଉପସ୍ଥିତ ଥିବା ଶିଶୁ ବିଶେଷଜ୍ଞ କୁକୁର କାମୁଡା ଭ୍ୟାକ୍ସିନ କିଛି ଖରାପ କରିବ ନାହିଁ ବୋଲି ମତପ୍ରକାଶ କରିଥିଲେ ।
