ରାଜ୍ୟରେ ଖସୁଛି ସଂକ୍ରମଣ, ଆଉ ୫୯ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଶେଷ ପର୍ୟ୍ୟାୟରେ କରୋନା ସଂକ୍ରମଣ । ଫଳରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହିକ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୫ ଜଣ ଚିହ୍ନଟ ହୋଇଥିବାବେଳେ ୨୪ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହି ସଂକ୍ରମିତଙ୍କ ମଧ୍ୟରେ ୧୭ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସର କିଶୋର । ଏହାକୁ ମିଶାଇ ରାଜ୍ୟରେ ମୋଟ କୋଭିଡ୍ ମାମଲା ୧୨,୮୭,୬୦୮ କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୧୨,୭୭,୮୧୯ ଜଣ ସୁସ୍ଥ ହୋଇଥିବାବେଳେ ୪୩୧ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ଏହି ତଥ୍ୟ ପ୍ରଦାନ କରିଛି ।
7. Jajpur: 3
— I & PR Department, Odisha (@IPR_Odisha) March 30, 2022
8. Khurda: 14
9. Mayurbhanj: 4
10. Sambalpur: 3
11. Sundargarh: 15
12. State Pool: 3
New recoveries: 65
Cumulative tested: 30621548
Positive: 1287608
Recovered: 1278035
Active cases: 400
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୨ଜଣ, ବାଲେଶ୍ୱରରୁ ୩ଜଣ, ବଲାଙ୍ଗୀରରୁ ୨ଜଣ, କଟକରୁ ୪ଜଣ, ଦେଓଗଡ଼ରୁ ଜଣେ, ଗଜପତିରୁ ୫ଜଣ, ଯାଜପୁରରୁ ୩ଜଣ, ଖୋର୍ଦ୍ଧାରୁ ୧୪ଜଣ, ମୟୁରଭଞ୍ଜରୁ ୪ଜଣ, ସମ୍ବଲପୁରରୁ ୩ଜଣ, ସୁନ୍ଦରଗଡ଼ରୁ ୧୫ଜଣ ଓ ରାଜ୍ୟ ପୁଲ୍ରୁ ୩ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨,୮୭,୬୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୦୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨,୭ ,୦୩୫ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩,୦୬,୨୧,୫୪୮ସାମ୍ପୁଲ ଟେଷ୍ଟ୍ ହୋଇଛି ।
