୩ ରୁ ୪ ସପ୍ତାହ ପରେ ରାଜ୍ୟରେ ବଢିବ ସଂକ୍ରମଣ, ଭିତ୍ତିଭୂମି ପ୍ରସ୍ତୁତ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟରେ ପ୍ରାୟ ଶେଷ ପର୍ଯ୍ୟାୟରେ କରୋନା ସଂକ୍ରମଣ । ସ୍ଥିତି ମଧ୍ୟ ଭଲ ରହିଛି । ମାତ୍ର କରୋନା ଲଢେଇ ପାଇଁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । କାରଣ ଆସନ୍ତା ୩ ରୁ ୪ ସପ୍ତାହ ପରେ ରାଜ୍ୟରେ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ କରାସରିଛି । ଏହାସହିତ ହସ୍ପିଟାଲକୁ ମଧ୍ୟ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯଦି ସଂକ୍ରମଣ ବଢେ ତାହାଲେ ସମସ୍ତ କୋଭିଡ଼ ହସ୍ପିଟାଲ ତୁରନ୍ତ ଖୋଲାଯିବ। ସବୁ ଜିଲାକୁ ମଧ୍ୟ ରାଜ୍ୟ ସରକାର ସ୍ଥିତି ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ରାଜ୍ୟରେ ସଂକ୍ରମଣ ୧୦ ରୁ ୨୦ ଭିତରେ ରହିଛି। କେହି ଜଣ ମଧ୍ୟ ଡ଼ାକ୍ତରଖାନାରେ ନାହାନ୍ତି। ତେଣୁ ରାଜ୍ୟ ସରକାର କୋଭିଡ ଜଗିବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ଖାସ୍ କରି ଟିକାକରଣକୁ ବୃଦ୍ଧି କରାଯାଉଛି। ହେଲେ ସମସ୍ତେ କରୋନା କଟକଣା ମାନିବାକୁ ପଡିବ ।
