ନିର୍ଣ୍ଣାୟକ ଟି-୨୦ରେ ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି
- ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ ଓ ଶ୍ରୀଲଙ୍କା
କଲୋମ୍ବୋ : ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ । ଏହି ମୁକାବିଲା କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ରାତି ୮ଟାରେ ଖେଳାଯିବ। ଏଥିରେ ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି ନେଇଛି। ଅଦ୍ୟାବଧି ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ଉଭୟ ଦଳ ଆଜିର ମ୍ୟାଚ୍ ଜିତିବା ନେଇ ଲକ୍ଷ୍ୟ ରଖିଛନ୍ତି । ଆଜିର ରୋମାଞ୍ଚକର ରହିବ, କାରଣ ଯିଏ ଜିତିବ ସେ ଚାମ୍ପିଅନ ହେବ । ମାତ୍ର ଭାରତୀୟ ଦଳ ପାଇଁ ସବୁଠାରୁ ବଡ ଚିନ୍ତାର କାରଣ ହେଉଛି କରୋନା । ଦଳର ୮ ଅଭିଜ୍ଞ ଖେଳାଳି ଏବେ ଆଇସୋଲେସନରେ ରହିଛନ୍ତି । ଅନଭିଜ୍ଞ ଭାରତ ଦଳ ପରାଜୟକୁ ଭୁଲି ସିରିଜ ବିଜୟ ଲକ୍ଷ୍ୟରେ ରହିବ । ନବାଗତ ଖେଳାଳିମାନଙ୍କ ପାଇଁ ସୁଯୋଗ ରହିଛି । ଯାହାର ସତବ୍ୟବହାର ପାଇଁ ସେମାନେ ଉଦ୍ୟମ କରିବେ । ସେହିପରି ଶ୍ରୀଲଙ୍କା ମଧ୍ୟ ଭାରତର ଦୁର୍ବଳତାର ଫାଇଦା ଉଠାଇ ସିରିଜ୍ ବିଜୟ ଲକ୍ଷ୍ୟରେ ରହିବ ।
କୃଣାଲ ପାଣ୍ଡ୍ୟା କରୋନା ପଜିଟିଭ୍ ହେବା ପରେ ଭାରତୀୟ ଦଳର ୯ ଖେଳାଳି ସିରିଜ୍ରୁ ବାହାରି ଯାଇଛନ୍ତି। ଦ୍ଵିତୀୟ ଟି-୨୦ରେ ଭାରତ ପକ୍ଷରୁ ୪ ଜଣ ଖେଳାଳି ପଦାର୍ପଣ କରିଥିଲେ। ଦଳ ପାଖରେ ଚୂଡାନ୍ତ ଏକାଦଶ ଚୟନ କରିବାର ଆଉ କୌଣସି ବିକଳ୍ପ ମଧ୍ୟ ନାହିଁ। ୨୦ ଜଣିଆ ଦଳ ସହ ଭାରତ ଶ୍ରୀଲଙ୍କା ଗସ୍ତ କରିଥିଲା। ଦ୍ଵିତୀୟ ଟି-୨୦ରେ ଫିଲ୍ଡିଂ ସମୟରେ ଦ୍ରୁତ ବୋଲର ନବଦୀପ ସାଇନି ମଧ୍ୟ ଆହତ ହୋଇଛନ୍ତି। ତେଣୁ ତୃତୀୟ ମୁକାବିଲାରେ ତାଙ୍କର ଖେଳିବା ନେଇ ଅନିଶ୍ଚିତତା ଜାରି ରହିଛି। ତେଣୁ ନିର୍ଣ୍ଣାୟକ ମୁକାବିଲାରେ ଭାରତ କେବଳ ଗୋଟିଏ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇପାରେ। ଅନ୍ୟପଟେ ଶ୍ରୀଲଙ୍କା ନିଜ ଦଳରେ କୌଣସି ପରିବର୍ତ୍ତନ କରିବାକୁ ଚାହିଁବ ନାହିଁ। ସୂଚନା ଯେ, ପ୍ରଥମ ଟି୨୦କୁ ଅତି ସହଜରେ ଜିତିଥିଲା ଟିମ୍ ଇଣ୍ଡିଆ । ଶିଖର ଧାଓ୍ୱାନ, ସୂର୍ଯ୍ୟ କୁମାର ଯାଦବଙ୍କ ବ୍ୟାଟିଂ ଓ ଭୁବନେଶ୍ୱର କୁମାର ଦମଦାର ବୋଲିଂ କରିଥିଲେ । ଦଳ ସହଜ ବିଜୟ ହାସଲ କରିଥିଲା । କିନ୍ତୁ ଦ୍ୱିତୀୟ ଦିନିକିଆରେ ସବୁ ବିଗିଡି ଗଲା । ଦଳ ଖେଳାଳି କୃଣାଲ ପାଣ୍ଡ୍ୟା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ସହ ମିଶିଥିଲା ଆଉ ୮ ଖେଳାଳି ମଧ୍ୟ ଆଇସୋଲେସନରେ ରହିଛନ୍ତି । ଅଭିଜ୍ଞ ଖେଳାଳି ଆଇସୋଲେସନରେ ଥିବାରୁ ଦ୍ୱିତୀୟ ଟି୨୦ରେ ଶିଖରଙ୍କ ଟିମ୍ ଅନଭିଜ୍ଞ ଖେଳାଳିଙ୍କୁ ଧରି ପଡିଆକୁ ଓହ୍ଲାଇଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ମାତ୍ର ୧୩୨ ରନ୍ କରିପାରିଥିଲା । ଜବାବରେ ଶ୍ରୀଲଙ୍କା ୬ ଓ୍ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା ।
ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ :
ଶିଖର ଧାଓ୍ଵନ(ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଦେବଦତ୍ତ ପାଡିକଲ, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ନୀତୀଶ ରାଣା, ଭୁବନେଶ୍ଵର କୁମାର, କୁଲଦୀପ ଯାଦବ, ଚେତନ ସକାରିଆ, ବରୁଣ ଚକ୍ରବର୍ତ୍ତୀ ଓ ଅର୍ଶଦୀପ ସିଂହ।
