ଦ୍ଵିତୀୟ ଟି-୨୦ : ୭ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇ ସିରିଜ ଜିତିଲା ଭାରତ
ରାଞ୍ଚି : ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟି-୨୦ ଖେଳାଯାଇଛି । ଅଧିନାୟକ ରୋହିତ ଓ ଉପ-ଅଧିନାୟକ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏହାକୁ ୭ ଉଇକେଟରେ ଜିତିଲା ଭାରତ । ଏଥିସହ ନୂଆ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଏବଂ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଯୋଡ଼ି ନିଜ ପ୍ରଥମ ଟି-୨୦ରେ ପ୍ରଥମ ଶୃଙ୍ଖଳା ବିଜୟ ଆଣି ଦେଇଛନ୍ତି। ଏହି ମ୍ୟାଚରେ ଭାରତୀୟ ଖେଳାଳିଙ୍କ ପ୍ରଥମେ ବୋଲିଂ ଓ ପରେ ଉତ୍ତମ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଭାରତ ପକ୍ଷରୁ ରାହୁଲ ୬୫ , ରୋହିତ ୫୫, ଭେଙ୍କଟେସ ଆୟାର ୧୨ ଓ ଋଷଭ ପନ୍ତ ୧୨ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ କେବଳ ଟିମ ସାଉଥି ୩ଟି ଉଇକେଟ ହାସଲ କରିଛନ୍ତି । ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ଜିତିବା ସହ ୨-୦ରେ ଅଗ୍ରଣୀ ହାସଲ କରିଛି। ସବୁଠୁ ବଡ କଥା ଭାରତ ୨୦୧୮ ପରଠୁ ସର୍ବାଧିକ ୧୨ତମ ଟି-୨୦ ସିରିଜ୍ ବିଜୟ ହାସଲ କରିଛି, ଯାହା ଆଜି ପର୍ଯ୍ୟନ୍ତ କୌଣସି ଦଳ କରି ପାରି ନାହାନ୍ତି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ବିନିମୟରେ ୧୫୩ ରନ କରିଥିଲା। ଦଳ ପକ୍ଷରୁ ଦଳ ପକ୍ଷରୁ ଗ୍ଲେନ ଫିଲିପ୍ସ ସର୍ବାଧିକ ୩୪ ରନ କରିଥିବା ବେଳେ ଦୁଇ ଓପନର ମାର୍ଟିନ ଗୁପଟିଲ୍ ୩୧ ଓ ଡାର୍ଲି ମିଚେଲ୍ ୩୧ ରନ କରିଥିଲେ। ଜବାବରେ ଭାରତ କେଏଲ ରାହୁଲଙ୍କ ବିସ୍ଫୋରକ ୬୫ ଏବଂ ରୋହିତ ଶର୍ମାଙ୍କ ବିସ୍ଫୋରକ ୫୫ ରନ ବଳରେ ଭାରତ ୩ ଓ୍ଵିକେଟ୍ ନହରାଇ ୧୭.୨ ଓଭରରେ ମ୍ୟାଚ୍ ଜିତି ନେଇଛି। ଓପନିଂ ଯୋଡି ଶତକୀୟ ଭାଗିଦାରୀ ଯୋଡି ଦଳକୁ ବିଜୟୀ କରାଇଛନ୍ତି। ସିରିଜ୍ର ତୃତୀୟ ତଥା ଅନ୍ତିମ ମୁକାବିଲା ନଭେମ୍ବର ୨୧ରେ କୋଲକାତାରେ ଖେଳାଯିବ।
ଜେଏସସିଏ ଅନ୍ତର୍ଜାତୀୟ ଷ୍ଟାଡିୟମ କମ୍ପେ୍ଲକ୍ସରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ । ଆମନ୍ତ୍ରଣ ପାଇ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ଦ୍ରୁତ ଆରମ୍ଭ କରିଥିଲା । ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଓ ଡାରିଏଲ୍ ମିଚେଲ୍ ପ୍ରଥମ ୱିକେଟ ପାଇଁ ୪୮ ରନ୍ ଯୋଡ଼ିଥିଲେ । ଗପ୍ଟିଲ୍ ୧୫ ବଲରେ ୩ ଚୌକା ଓ ୨ ଛକା ସହ ୩୧ ରନ୍ କରି ଦୀପକ ଚହରଙ୍କ ଶିକାର ହୋଇଥିଲେ । ଗପ୍ଟିଲଙ୍କ ଆଉଟ୍ ପରେ ଦଳର ରନ୍ ହାର ହ୍ରାସ ପାଇଥିଲା । ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା ମାର୍କ ଚାପମ୍ୟାନ୍ ମାତ୍ର ୨୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ସେଟ୍ ବ୍ୟାଟ୍ସମ୍ୟାନ୍ ମିଚେଲଙ୍କୁ ଆଉଟ୍ କରି ଡେବ୍ୟୁଟାଂଟ ହର୍ଷଲ ପଟେଲ ନିଜର ପ୍ରଥମ ଶିକାର ହାସଲ କରିଥିଲେ । ମିଚେଲୋ ୨୮ ବଲରେ ୩ ଚୌକା ସହ ୩୧ ରନ୍ କରିଥିଲେ । ମିଡଲ୍ ଅର୍ଡରରେ ଗ୍ଲେନ୍ ଫିଲିପ୍ସଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ସ୍କୋର କରିପାରି ନଥିଲେ । ଫିଲିପ୍ସ ୩୪ (୨୧ ବଲ, ୧ ଚୌକା, ୩ ଛକା) ରନର ଇନିଂସ୍ ଖେଳି ହର୍ଷଲ ପଟେଲଙ୍କ ଶିକାର ହୋଇଥିଲେ । ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଟିମ୍ ସିଫର୍ଟ ୧୩ ରନ୍ କରି ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଅଲରାଉଣ୍ଡର ଜେମ୍ସ ନିରାଶ ୧୨ ବଲ୍ ଖେଳି ମାତ୍ର ୩ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଲଗାତର ୱିକେଟ୍ ପତନ କାରଣରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ୧୫୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ଟିମ୍ ଶେଷ ୨୯ ବଲରେ ୨୮ ରନ୍ କରିଥିଲା । ମିଚେଲ୍ ସାଂଟର ୮ ଓ ଆଡାମ ମିଲନେ ୫ ରନ୍ କରି ଅପରାଜିତ ଥିଲେ । ଭାରତ ପକ୍ଷରୁ ହର୍ଷଲ ପଟେଲ ୨ଟି ୱିକେଟ୍ ନେଇଥିଲେ । ଅଶ୍ୱିନ୍, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର ଓ ଦୀପକ ଚହର୍ ଗୋଟିଏ ଲେଖାଏ ସଫଳତା ପାଇଥିଲେ । ସୂଚନା ଯେ, ଭାରତ ଏବେ ୧-୦ରେ ଆଗୁଆ ରହିଥିବା ବେଳେ ଏହି ମ୍ୟାଚ ଜିତି ସିରିଜ୍ କବ୍ଜା କରିବା ଲକ୍ଷ୍ୟରେ ରହିଛି । ସେପଟେ ୨ୟ ଟ୍ୱେଂଟି ଟ୍ୱେଂଟି ମ୍ୟାଚ ଜିତି ସିରିଜ୍ ବରାବର କରିବାକୁ ଚେଷ୍ଟା କରିବ କିୱି ଟିମ । ତେବେ ବଡ କଥା ହେଉଛି ଭାରତୀୟ ଦଳରେ ମହମ୍ମଦ ସିରାଜଙ୍କୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ଡେବ୍ୟୁ କରିଛନ୍ତି ହର୍ଷଲ ପଟେଲ ।
