ବିନା ଦର୍ଶକରେ ଭାରତ-ୱେଷ୍ଟଇଣ୍ଡିଜ ବାରବାଟୀ ଟି-୨୦
କଟକ : ମହାମାରୀ କରୋନାର ଭୟାବହତା ଓ ନୂଆ ଭାରିଏଣ୍ଟ ଓମିକ୍ରନ ର ଦୃତ ସଂକ୍ରମଣ କ୍ଷମତାକୁ ନଜର ରେ ରଖି ବିଭିନ୍ନ କ୍ଷେତ୍ର ରାଜ୍ୟ ତଥା କେନ୍ଦ୍ର ସରକାର ପକ୍ଷରୁ ନୂତନ ଗାଇଡ଼ଲାଇନ ପ୍ରସ୍ତୁତ କରାଯାଉଛି । ତେବେ ଦେଶ ତୁଳନାରେ ରାଜ୍ୟରେ ସଂକ୍ରମଣ ହାର କିଛିଟା କମ ରହିଛି । ଫେବୃଆରୀରେ କରୋନା ସଂକ୍ରମଣ ପିକରେ ରହିବା ଆଶଙ୍କା କରାଯାଉଛି ।
ଚଳିତବର୍ଷ ବିନା ଦର୍ଶକରେ ହେବ ବାରବାଟୀ ଟି-୨୦ । କଟକର ବାରବାଟୀ ଷ୍ଟାଡ଼ିୟମରେ ଫେବୃଆରୀ ୧୫ରେ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ । ଏହି ମ୍ୟାଚକୁ ସଫଳ କରିବାକୁ ଓସିଏ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଚାଲିଛି । ଏବେ ଦେଶରେ କରୋନା ୩ୟ ଲହର ଆରମ୍ଭ ହୋଇଛି । ତେଣୁ ଫେବୃଆରୀ ୧୫ରେ ହେବାକୁ ଥିବା ମ୍ୟାଚ ବିନା ଦର୍ଶକରେ ଖେଳାଯିବାର ସମ୍ଭାବନା ରହିଥିବା ବିସିସିଆଇ ପକ୍ଷରୁ ପ୍ରକାଶ କରାଯାଇଛି । ଦକ୍ଷିଣ ଆଫ୍ରିକାରେ ଏବେ ବିନା ଦର୍ଶକରେ ଖେଳାଯାଉଛି ମ୍ୟାଚ ।
