ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ : ଦ୍ୱିତୀୟ ଦିନରେ ଭାରତ ୩୧୨/୨, ୧୬୨ ରନ୍ରେ ଆଗୁଆ
ନୂଆଦିଲ୍ଲୀ : ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ। ଦ୍ୱି ତୀୟ ଦିନର ଖେଳ ଶେଷ । ଆରମ୍ଭରୁ ଭାରତୀୟ ଖେଳାଳି ପ୍ରାଧାନ୍ୟ ବିସ୍ତାର । ୧୬୨ ରନ୍ରେ ଭାରତ ଆଗୁଆ । ପ୍ରଥମ ଦିବସରେ ଘରୋଇ ଦଳ ମାତ୍ର ୧୫୦ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଜବାବରେ ଦ୍ୱିତୀୟ ଦିନରେ ଭାରତ ୩୧୨ରେ ଦୁଇ ୱିକେଟ୍ ହରାଇଛି । ଅଧିନାୟକ ରୋହିତ ଶର୍ମା ଏବଂ ପଦାର୍ପଣକାରୀ ଯଶସ୍ୱୀ ଜୟସଓ୍ୱାଲ୍ଙ୍କ ଦ୍ବିଶତକ ଭାଗୀଦାରି କରିଛନ୍ତି । ଏହି ଶତକ ସହ ଜୟସଓ୍ୱାଲ ଅନେକ ମାଇଲଖୁଣ୍ଟରେ ସାମିଲ ହୋଇଛନ୍ତି। ଟେଷ୍ଟ ପଦାର୍ପଣରେ ଓପନର୍ ଭାବେ ଶତକ ଅର୍ଜନ କରିବାରେ ସେ ତୃତୀୟ ଭାରତୀୟ ହୋଇଛନ୍ତି। ଜୟସଓ୍ୱାଲ୍ ୧୪୩ରେ ଅପରାଜିତ ଥିବା ବେଳେ ବିରାଟ କୋହଲି ୩୬ ରନ କରି କ୍ରିଜ୍ରେ ଅଛନ୍ତି ।
ଏହି ଶତକ ସହ ଜୟସ୍ବାଲ ଅନେକ ମାଇଲଖୁଣ୍ଟରେ ସାମିଲ ହୋଇଛନ୍ତି। ଟେଷ୍ଟ ପଦାର୍ପଣରେ ଓପନର୍ ଭାବେ ଶତକ ଅର୍ଜନ କରିବାରେ ସେ ତୃତୀୟ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ବୀରେନ୍ଦ୍ର ସେହବାଗ (୨୦୧୩, ମୋହାଲି, ଅଷ୍ଟ୍ରେଲିଆ ବିପକ୍ଷ), ପୃଥ୍ବୀ ସ’ (୨୦୧୮, ରଜାକୋଟ, ଇଣ୍ଡିଜ ବିପକ୍ଷ) ଏହି ସଫଳତା ପାଇଥିଲେ। ପଦାର୍ପଣରେ ଶତକ କରିବାରେ ସେ ମଧ୍ୟ ୧୭ତମ ଭାରତୀୟ। ଇଣ୍ଡିଜ୍ ବିପକ୍ଷରେ ରୋହିତ ଶର୍ମା (୨୦୧୩, କୋଲ୍କାତା) ଓ ପୃଥ୍ବୀ ସ’ (୨୦୧୮, ରାଜକୋଟ)ଙ୍କ ପରେ ପଦାର୍ପଣରେ ଶତକ ଅର୍ଜନ କରିବାରେ ସେ ତୃତୀୟ ଭାରତୀୟ। ଯୁବ ଭାରତୀୟ ଭାବେ ପଦାର୍ପଣରେ ଶତକ ମାରିବାରେ ଚତୁର୍ଥ ସ୍ଥାନରେ ରହିଛନ୍ତି ଜୟସ୍ବାଲ। ସେ ୨୧ ବର୍ଷ ୨୧୯ ଦିନ ବୟସରେ ଏହି ସଫଳତା ପାଇଛନ୍ତି। ଏହି ତାଲିକାରେ ଶୀର୍ଷରେ ଅଛନ୍ତି ପୃଥ୍ବୀ ସ’ (୧୮ ବର୍ଷ ୩୨୯ ଦିନ, ୨୦୧୮) ତାଙ୍କ ପଛକୁ ଅବାସ ଅଲୀ ବାଗ (୨୦ ବର୍ଷ ୧୨୬ ଦିନ, ୧୯୫୯) ଓ ଗୁଣ୍ଡପ୍ପା ବିଶ୍ବନାଥ (୨୦ ବର୍ଷ ୨୭୬ ଦିନ, ୧୯୬୯)। ପଞ୍ଚମରେ ମହମ୍ମଦ ଆଝାରୁଦ୍ଦିନ (୨୧ ବର୍ଷ ୩୨୭ ଦିନ, ୧୯୮୪) ରହିଛନ୍ତି।
ସେହିପରି ଘରୋଇ ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ଏକାଧିକ କୀର୍ତ୍ତିମାନ ହାସଲ କରିଛନ୍ତି। ଅଶ୍ବିନ ପ୍ରଥମ ଇନିଂସରେ ୫ଟି ୱିକେଟ ନେବା ସହିତ ଅନ୍ତର୍ଜାତୀୟ କ୍ରିକେଟରେ ୭୦୦ ୱିକେଟ ପୂରଣ କରିଛନ୍ତି। ୩୬ ବର୍ଷୀୟ ଅଶ୍ବିନ ୯୨ଟି ଟେଷ୍ଟରୁ ୪୭୯ ୱିକେଟ ନେଇଥିବାବେଳେ ଦିନିକିଆରେ ୧୫୧ଟି ଓ ଟ୍ବେଣ୍ଟି୨୦ରେ ୭୨ଟି ୱିକେଟ ନେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଅନୀଲ କୁମ୍ବଲେ ୯୫୩ଟି, ହରଭଜନ ସିଂହ ୭୦୭ଟି , ରବିଚନ୍ଦ୍ରନ ଅଶ୍ବିନ ୭୦୨ଟି, କପିଳ ଦେବ୍ ୬୮୭ଟି ଓ ଜାହିର ଖାନ ୫୯୭ଟି ୱିକେଟ ନେଇଛନ୍ତି। ସେହିପରି ଅଶ୍ବିନ ଟେଷ୍ଟ କ୍ରିକେଟରେ ୩୩ଥର ଲାଗି ଗୋଟିଏ ଇନିଂସରେ ୫ଟି ୱିକେଟ ନେବାରେ ସଫଳ ହୋଇଛନ୍ତି। ୱେଷ୍ଟଇଣ୍ଡିଜ୍ ମାଟିରେ ୩ଥର ୫ ୱିକେଟ ନେବାରେ ୪ର୍ଥ ଭାରତୀୟ ବୋଲର। ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥୟା ମୁରଲିଧରନଙ୍କ ପରେ ଅଶ୍ବିନ ଟେଷ୍ଟ କ୍ରିକେଟରେ ଏକ ଇନିଂସରେ ୫ଟି ୱିକେଟ ନେବାରେ ସଫଳ ହୋଇଛନ୍ତି। ମୁରଲିଧରନ ୩୬ଥର ଏକ ଇନିଂସରେ ୫ଟି ୱିକେଟ ନେଇଛନ୍ତି।ଏହା ପଛକୁ ଅନୀଲ କୁମ୍ବଲେ ୩୫ଥର, ଶ୍ରୀଲଙ୍କାର ରଙ୍ଗନା ହେରାଥ ୩୪ଥର ଏକ ଇନିଂସରେ ୫ଟି ୱିକେଟ ନେଇଛନ୍ତି।
