ନଭେମ୍ବର ୧୧ରୁ ମୟୁରଭଞ୍ଜରେ କଂଗ୍ରେସର ଭାରତ ଯୋଡ ଯାତ୍ରା
ବାରିପଦା : ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କର\” ଭାରତ ଯୋଡ ଯାତ୍ରା \” ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିବା ବେଳେ ଅକ୍ଟୋବର ମାସ ୩୧ ତାରିଖ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ମହାପ୍ରଣୟ ଦିବସରେ ଭୁବନେଶ୍ୱର ଠାରେ ଇନ୍ଦିରା ଗାନ୍ଧୀଙ୍କର ପ୍ରତିମୂର୍ତୀ ସ୍ଥଳରୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଯାତ୍ରାର ଶୁଭାରମ୍ଭ ହେଉଥିବା ବେଳେ, ଏହି ପରିବର୍ତନ ଯାତ୍ରା ନଭେମ୍ବର ମାସ ୧୧ ତାରିଖରେ ମୟୁରଭଂଜ ଜିଲ୍ଲାର କଳମା ଠାରେ ପହଂଚି ପର୍ଯ୍ୟାୟକ୍ରମେ ୧୨ ତାରିଖ ବାରିପଦା ଠାରେ ସହର ପରିକ୍ରମା କରି ବାଙ୍ଗିରିପୋଷି,ବିଶୋଇ, ଯଶିପୁର ଓ କରଞ୍ଜିଆ ଦେଇ ୧୪ ତାରିଖ ଦିନ କେନ୍ଦୁଝର ଜିଲ୍ଲା ଅଭିମୁଖେ ଯାତ୍ରା କରିବ ବୋଲି ଜଣାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ବାରିପଦା ରୋଟାରୀ କ୍ଲବରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ, ଭାରତ ଯୋଡ ଯାତ୍ରାର ଜିଲ୍ଲା ସଂଯୋଜକ ଅରବିନ୍ଦ ଦାସ, ନିରୋଜ ଲୋଚନ ଦାଶ, ଯୋଗେଶ ଅଗ୍ରୱାଲ, ବାରିପଦା ଟାଉନ ସଭାପତି ଶାନ୍ତନୁ ପାଲ, ମହିଳା ସଭାନେତ୍ରୀ ସୁସ୍ମିତା ଘୋସାଲ, ଓବିସି ସେଲ ଅଧ୍ୟକ୍ଷ ଦିଲ୍ଲୀପ ନାଏକ, ଛାତ୍ର ସଭାପତି ମୋତି ପ୍ରକାଶ ଦାସ, ମାଇନୋରିଟି ସେଲର ସେଖ ରଖିମ, ରାକେଶ ସିଂ, ଯୁବ ନେତା ଶିବାନନ୍ଦ ଜ୍ଞାନେନ୍ଦ୍ର ଦାସ, ବିକାଶ ମହାଭୋଇ, ଦୀପକ ଦାଶ, ଦୁର୍ଗା ଟୁଡୁ, ଯଜ୍ଞ ମହାନ୍ତି, ନାରାୟଣ ପଟ୍ଟନାୟକ, ସୁବାସ ପାତ୍ର, ମୂରଲୀ ନାଏକ, ମୋରଡା ବ୍ଲକ ସଭାପତି ସେଖ ମୁସ୍ତଫା, ଶୁଳିଆପଦା ବ୍ଲକ ସଭାପତି କାଳିଚରଣ ଧୀର, ନାରିନେତ୍ରୀ ଇତିଶ୍ରୀ ମିଶ୍ର, ଶୁଭସ୍ମିତା ଦାସ, ରଶ୍ମିତା ମିଶ୍ର ପ୍ରମୁଖ ଶତାଧିକ କର୍ମୀ ଓ କର୍ମକର୍ତା ଉପସ୍ଥିତ ଥିଲେ ।
