ଭାରତୀୟଙ୍କୁ ୟୁକ୍ରେନ ଛାଡ଼ିବା ପାଇଁ ପରାମର୍ଶ
ନୂଆଦିଲ୍ଲୀ : ସାମରିକ ବିବାଦର ସଂକଟ ଦେଇ ଗତି କରୁଥିବା ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କୁ ଅସ୍ଥାୟୀ ଭାବରେ ଦେଶ ଛାଡ଼ିବାକୁ ପରାମର୍ଶ ଦେଇଛି । ଭାରତୀୟ ଦୂତାବାସ ଦ୍ୱାରା ଜାରି କରାଯାଇଥିବା ପରାମର୍ଶ ଦ୍ୱାରା ଆଜି ପୁଣି ଥରେ ଅପିଲ କରାଯାଇଛି । ପରାମର୍ଶରେ କୁହାଯାଇଛି ଯେ, ଯେଉଁ ଭାରତୀୟମାନେ ସେଠାରେ ରହିବାକୁ ଆବଶ୍ୟକ କରନ୍ତି ନାହିଁ ଏବଂ ସମସ୍ତ ଭାରତୀୟ ଛାତ୍ର ସାମୟିକ ଭାବେ ୟୁକ୍ରେନ ଛାଡ଼ିବା ଉଚିତ୍ । ବାଣିଜ୍ୟିକ ଏବଂ ଚାର୍ଟର ଫ୍ଲାଇଟ୍ ଉପଲବ୍ଧ । ଚାର୍ଟର ଫ୍ଲାଇଟ୍ ସମ୍ବନ୍ଧରେ ଭାରତୀୟ ଛାତ୍ର ମାନଙ୍କୁ ନିଜ ନିଜ ଛାତ୍ର କଂଟ୍ରାକ୍ଟରଙ୍କ ସହ ସମ୍ପର୍କ ରଖିବାକୁ କୁହାଯାଇଛି । ଏହା ବ୍ୟତୀତ ନିୟମିତ ଅପଡେଟ୍ ପାଇଁ ଭାରତୀୟ ଦୂତାବାସର ଫେସବୁକ୍ ପେଜ୍, ଟ୍ୱିଟର ଏବଂ ୱେବସାଇଟ ଯାଂଚ ଜାରି ରଖନ୍ତୁ ।
ଏଥିରେ ଆହୁରି କୁହାଯାଇଛି ଯେ ଭାରତୀୟ ଶିକ୍ଷାର୍ଥୀମାନେ ଚାର୍ଟର୍ର ବିମାନ ସମ୍ପର୍କରେ ସୂଚନା ପାଇଁ ସେମାନଙ୍କ କଂଟ୍ରାକ୍ଟରମାନଙ୍କ ସହ ଯୋଗାଯୋଗ କରନ୍ତୁ । ସେହିପରି ଯେକୌଣସି ଅପଡେଟ ପାଇଁ ସେମାନେ ଭାରତୀୟ ଦୂତାବାସର ଫେସବୁକ, ୱେବସାଇଟ ଓ ଟ୍ୱିଟରକୁ ମଧ୍ୟ ଅନୁସର କରିପାରିବେ । ଏହାପୂର୍ବରୁ ଫେବୃଆରୀ ୧୫ରେ କିଭ୍?ରେ ଥିବା ଭାରତୀୟ ଦୂତାବାସ ସମସ୍ତ ନାଗରିକ ଓ ଶିକ୍ଷାର୍ଥୀମାନଙ୍କୁ ୟୁକ୍ରେନକୁ ଅସ୍ଥାୟୀ ଭାବେ ଛାଡ଼ିବାକୁ ପରାମର୍ଶ ଦେଇଥିଲା । ଏହି ନିର୍ଦ୍ଦେଶ ପରେ ରୁଷ ସୀମାରୁ ସୈନ୍ୟ ପ୍ରତ୍ୟାହାର କରୁଥିବା ଖବର ମିଳିଥିଲା । ତେଣୁ ଗୁରୁବାର ଭାରତ ସରକାର ୟୁକ୍ରେନରେ ରହିଥିବା ଭାରତୀୟ ନାଗରିକଙ୍କୁ ଜରୁରିକାଳୀନ ସ୍ଥିତିରେ ସ୍ୱଦେଶ ଆଣିବା ପାଇଁ କୌଣସି ଯୋଜନା ନଥିବା କହିଥିଲେ । ହେଲେ ଦୁଇ ଦିନ ଭିତରେ ପୁଣିଥରେ ରୁଷ ଓ ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା ବଢ଼ିଛି । ତେଣୁ ଏବେ ପୁଣିଥରେ ୟୁକ୍ରେନ ଛାଡ଼ିବାକୁ ଭାରତୀୟ ଦୂତାବାଦ ପରାମର୍ଶ ଦେଇଛି । ସୂଚନା ଯେ, ୟୁକ୍ରେନ୍ ସୀମାରେ ଋଷର ବହୁ ସଂଖ୍ୟକ ସାମରିକ ନିୟୋଜନ ହେତୁ ଦୁଇ ଦେଶ ମଧ୍ୟରେ ସାମରିକ ମୁହାଁମୁହିଁ ହେବାର ଆଶଙ୍କା ରହିଛି । କୌଣସି ମାନବିକ ସଂକଟ ହେଲେ ଭାରତ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଛି । ସେଠାରେ ଅବସ୍ଥିତ ଭାରତୀୟ ଦୂତାବାସ ଭାରତୀୟ ନାଗରିକ ମାନଙ୍କୁ ଅଳ୍ପ ସମୟ ପାଇଁ ଦେଶ ଛାଡ଼ିବାକୁ ପରାମର୍ଶ ଦେଇସାରିଛି ।
