ଦେଶରେ ଦିଆଗଲାଣି ୧୭୫.୪୬ କୋଟି ଟୀକା
ନୂଆଦିଲ୍ଲୀ : କରୋନା ବିରୋଧି ଟୀକାକରଣ ଅଭିଯାନରେ ଦେଶରେ ଗତ ୨୪ ଘଂଟା ମଧ୍ୟରେ ସମୁଦାୟ ୭ ଲକ୍ଷ ରୁ ଅଧିôକ ଟୀକା ଦିଆଯାଇଛି । ଏହା ସହିତ ଦେଶରେ ଆଜି ସୁଦ୍ଧା ୧୭୫.୪୬ କୋଟି ଟୀକା ଦେବା ସଂଖ୍ୟା ପାରି କରିସାରିଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ସୋମବାର ସକାଳ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କରେ ୧୭୨.୩୨ କୋଟି ଟିକା ନିଶୁଳ୍କ ଭାବରେ ଯୋଗାଇ ଦିଆଯାଇଅଛି । ରାଜ୍ୟ ମାନଙ୍କ ପାଖରେ ଆଜି ସୁଦ୍ଧା ୧୧.୧୮ କୋଟି ଟୀକା ମହଜୁତ ଥିବା ଖବର ମିଳିଛି ।
