ଟି-୨୦ ବିଶ୍ଵକପ୍ : ଓ୍ଵାର୍ମ ଅପ୍ ମ୍ୟାଚ୍ରେ ଇଂଲଣ୍ଡକୁ ୭ ଓ୍ଵିକେଟ୍ରେ ହରାଇଲା ଭାରତ
ଦୁବାଇ : ଟି-୨୦ ବିଶ୍ଵ କପ୍ ଓ୍ଵାର୍ମ ଅପ୍ ମ୍ୟାଚ୍ରେ ଚମକିଲେ ଭାରତୀୟ ବ୍ୟାଟସମ୍ୟାନ। ଇଶାନ କିଶନ ଏବଂ କେଏଲ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଇଂଲଣ୍ଡକୁ ୭ ଓ୍ଵିକେଟ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୮ ରନ କରିଥିଲା। ଦଳ ପକ୍ଷରୁ ବେୟାରଷ୍ଟୋ ୪୯ ଓ ମୋଇନ ଅଲ୍ଲୀ ଅପରାଜିତ ୪୩ ରନ କରିଥିଲେ। ଜବାବରେ ଭାରତ ଇଶାନ କିଶନ (୭୦ ରିଟାୟର୍ଡ ହଟ୍) ଓ କେଏଲ ରାହୁଲଙ୍କ ୫୧ ରନ ବଳରେ ୧୯ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଋଷଭ ପନ୍ତ ୨୯ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ରନରେ ଅପରାଜିତ ଥିଲେ। ଅଧିନାୟକ ବିରାଟ କୋହଲି ୧୧ ରନ କରିଥିଲେ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପକ୍ଷରୁ ଜୋନି ବେୟାରଷ୍ଟୋ ସର୍ବାଧିକ ୪୯ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲିୟାମ ଲିଭିଙ୍ଗଷ୍ଟୋନ ୩୦, ମୋଇନ ଅଲ୍ଲୀ ଦ୍ରୁତ ଅପରାଜିତ ୪୩ ରନର ଇନିଂସ ଖେଳିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ଶାମି ୩ ଓ୍ଵିକେଟ୍ ନେଇଛନ୍ତି। ଯଶପ୍ରୀତ ବୁମରା ଓ ରାହୁଲ ଚହର ପ୍ରତ୍ୟେକଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି। ହେଲେ ଓ୍ଵାର୍ମ ଅପ୍ ମ୍ୟାଚ୍ରେ ଯଶପ୍ରୀତ ବୁମରାଙ୍କୁ ବାଦ୍ ଦେଲେ ବାକି ସବୁ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ।
