ଭାରତ ଓ ଶ୍ରୀଲଙ୍କା ଦ୍ଵିତୀୟ ଟି-୨୦ : ଟସ୍ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି
କଲୋମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍ର ଦ୍ଵିତୀୟ ମୁକବିଲା ବୁଧବାର ଖେଳାଯିବ। କଲମ୍ବୋ ସ୍ଥିତ ଆର ପ୍ରେମଦାସା ଷ୍ଟାଡ଼ିୟମରେ ଭାରତୀୟ ସମୟ ଅନୁସାରେ ରାତି ୮ଟାରୁ ଏହି ମ୍ୟାଚ ଖେଳାଯିବ । ମାତ୍ର ଭାରତୀୟ ଦଳର ମୋଟ୍ ୮ ଜଣ ଖେଳାଳି ମ୍ୟାଚ୍ ଖେଳି ପାରିବେ ନାହିଁ। ଦଳର ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ମଙ୍ଗଳବାର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ୭ଦିନ ପୃଥକବାସରେ ରଖାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ସାତ ଅନ୍ୟ ଖେଳାଳି ପୃଥ୍ଵୀ ଶ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ଚହର, ମନୀଷ ପାଣ୍ଡେ, ଇଶାନ କିଶନ ଓ କୃଷ୍ଣପ୍ପା ଗୌତମ ମଧ୍ୟ ଶେଷ ଦୁଇଟି ମ୍ୟାଚ୍ ଖେଳି ପାରିବେ ନାହିଁ।
ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଟି-୨୦ ଜିତି ଭାରତ ସିରିଜ୍ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଦ୍ଵିତୀୟ ଟି-୨୦ରେ ଭାରତୀୟ ଦଳରେ ବଡ ଧରଣର ଅଦଳବଦଳ ହୋଇଛି। ଦଳରେ ୪ ଖେଳାଳି ଦେବଦତ୍ତ ପାଡିକଲ, ଋତୁରାଜ ଗାଏକ୍ଵାଡ, ନୀତୀଶ ରାଣା ଓ ଚେତନ ସକାରିଆ ଟି-୨୦ରେ ପଦାର୍ପଣ କରିଛନ୍ତି। ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଦଳରେ ସୁଯୋଗ ଦିଆଯାଇଛି । ଦଳର ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ମଙ୍ଗଳବାର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ସାତ ଦିନ ପୃଥକବାସରେ ରଖାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ସାତ ଅନ୍ୟ ଖେଳାଳି ପୃଥ୍ଵୀ ଶ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ଚହର, ମନୀଷ ପାଣ୍ଡେ, ଇଶାନ କିଶନ ଓ କୃଷ୍ଣପ୍ପା ଗୌତମ ମଧ୍ୟ ଶେଷ ଦୁଇଟି ମ୍ୟାଚ୍ ଖେଳି ପାରିବେ ନାହିଁ। ତୃତୀୟ ମୁକାବିଲା ଗୁରୁବାର ନିର୍ଦ୍ଧାରିତ ସମୟରେ ଖେଳାଯିବ। ହେଲେ ୮ ଖେଳାଳି ବାଦ୍ ପଡିବା ପରେ ଭାରତୀୟ ଦଳ ପାଖରେ ଚୂଡାନ୍ତ ଏକାଦଶ ଚୟନ କରିବାର ଆଉ କିଛି ବିକଳ୍ପ ମଧ୍ୟ ନାହିଁ। ଶିଖର ଧାଓ୍ଵନଙ୍କ ନେତୃତ୍ଵରେ ୨୦ ଜଣିଆ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଆସିଛି। ଏଥିସହ ଦଳରେ ଚାରି ଜଣ ଷ୍ଟାଣ୍ଡବାଇ ନେଟ୍ ବୋଲର ମଧ୍ୟ ସାମିଲ୍। ଭାରତୀୟ ଦଳ ପ୍ରଥମ ଟି-୨୦ ଜିତି ସିରିଜ୍ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଏବେ ବାକି ଦୁଇଟି ମ୍ୟାଚ୍ ପାଇଁ ବାକି ଖେଳାଳିଙ୍କୁ ନେଇ ଭାରତୀୟ ଦଳ ପଡିଆକୁ ଓହ୍ଲାଇବ। ଏହା ବ୍ୟତୀତ ସୂର୍ଯ୍ୟକୁମାର ଯାଦବ ଓ ପୃଥ୍ଵୀ ଶ ଇଂଲଣ୍ଡ ଗସ୍ତ କରିବା ନେଇ ମଧ୍ୟ ସଂଶୟ ଉପୁଜିଛି। ଏହି ଦୁଇ ଖେଳାଳିଙ୍କୁ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ବଦଳ ଖେଳାଳି ପାଇଁ ଚୟନ କରାଯାଇଛି।
ଭାରତୀୟ ଦଳ :
ଶିଖର ଧାଓ୍ଵନ(ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଦେବଦତ୍ତ ପାଡିକଲ, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ନୀତୀଶ ରାଣା, ଭୁବନେଶ୍ଵର କୁମାର, କୁଲଦୀପ ଯାଦବ, ରାହୁଲ ଚହର, ନବଦୀପ ସାଇନି, ଚେତନ ସକାରିଆ, ବରୁଣ ଚକ୍ରବର୍ତ୍ତୀ।
