ଗତ ୨୪ ଘଣ୍ଟାରେ ମୟୁରଭଞ୍ଜ ପୋଲିସ ଦ୍ୱାରା ୧.୧୩ ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଆଦାୟ
ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ପୋଲିସ ମୟୁରଭଂଜ ଜିଲ୍ଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ଜିଲ୍ଲା ପୋଲିସ ସମୁଦାୟ ୧ ଲକ୍ଷ ୧୩ ହଜାର ୪ ଶହ ଟଙ୍କା ଜୋରିମାନା ଆଦାୟ କରିଛି । ଗାଡି ଚେକିଂ ବେଳେ ୫ ଜଣ ନିୟମ ଉଲଙ୍ଘନ କାରୀଙ୍କର ଡ୍ରାଇଭିଂ ଲାଇସେନ୍ସ କ୍ୟାନସେଲ କରାଯାଇଛି । ମଦ ପାନ କରି ଗାଡି ଚଲାଉଥିବା ଅପରାଧରେ ୨ ଜଣଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି । ଜିଲ୍ଲାରେ ୮ ଜଣଙ୍କ ନାମରେ ୮ ଗୋଟି ଅବକାରୀ ମାମଲା ରୁଜୁ କରାଯାଇଛି ବୋଲି ଏ ସଂପର୍କରେ ମୟୁରଭଂଜ ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି ।
