ଗତ ୨୪ ଘଣ୍ଟାରେ ମୟୁରଭଞ୍ଜ ପୋଲିସ ଦ୍ୱାରା ୮୦.୯ ହଜାର ଟଙ୍କା ଜୋରିମାନା ଆଦାୟ
ଭୁବନେଶ୍ୱର : ଗତ ୨୪ ଘଂଟା ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ପୋଲିସ ମୟୁରଭଞ୍ଜ ଜିଲ୍ଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ଜିଲ୍ଲା ପୋଲିସ ସମୁଦାୟ ୮୦ ହଜାର ୯ ଶହ ଟଙ୍କା ଜୋରିମାନା ଆଦାୟ କରିବା ସହିତ ୨ ଜଣଙ୍କ ଡିଏଲ କ୍ୟାନସେଲ କରିଛି । ଜିଲ୍ଲାରେ ୫ ଜଣଙ୍କ ନାମରେ ୫ ଗୋଟି ଅବକାରୀ ମାମଲା ରୁଜୁ କରାଯାଇଛି । ସମୁଦାୟ ଜିଲ୍ଲାରେ ୧ ଜଣ ମଦ ପାନ କରି ଗାଡି ଚଲାଉ ଥିବା ଅପରାଧରେ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଏ ସଂପର୍କରେ ମୟୁରଭଂଜ ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଛନ୍ତି ।
