ଏଲଗାର ପରିଷଦ ମାମଲାରେ ଦୋଷୀ ଜ୍ୟୋତି ଜଗପାତଙ୍କ ଜାମିନ ଆବେଦନ ଖାରଜ
ମୁମ୍ବାଇ : ସୋମବାର ବମ୍ବେ ହାଇକୋର୍ଟ ଏଲଗର ପରିଷଦ ମାମଲାରେ ଅଭିଯୁକ୍ତ ଜ୍ୟୋତି ଜଗତାପଙ୍କ ଜାମି ଆବେଦନକୁ ଖାରଜ କରିଛନ୍ତି । ହାଇକୋର୍ଟ ଜଷ୍ଟିସ୍ ଏଏସ ଗଡ଼କରୀ ଏବଂ ଏମଏନ ଯାଦବଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଏନଆଇଏ ମାମଲାରେ ପ୍ରାଇମା ଫେସି ଠିକ୍ ବୋଲି ଆମେ ମତ ରଖିଛୁ । ଏଥିପାଇଁ ଆବେଦନ ଖାରଜ ହୋଇଛି ।
ପ୍ରକୃତରେ ଅଭିଯୁକ୍ତ୩୪ ବର୍ଷୀୟ ଜ୍ୟୋତି ଜଗତାପ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ଏହି ଆବେଦନରେ ମୁମ୍ବାଇର ସ୍ପେଶାଲ କୋର୍ଟର ନିଷ୍ପତିକୁ ଚ୍ୟାଲେଞ୍ଜ କରିବା ସହିତ ଆବେଦନକାରୀଙ୍କୁ ଜାମିନ ପ୍ରଦାନ କରିବାକୁ କୁହାଯାଇଥିଲା । ନକ୍ସଲଙ୍କ କାର୍ଯ୍ୟକଳାପ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ଆବେଦନରେ କୁହାଯାଇଛି । ଏହା ପରେ ମଧ୍ୟ ତାଙ୍କୁ ସ୍ୱତନ୍ତ୍ର କୋର୍ଟ ଜାମିନ ପ୍ରଦାନ କରିନାହାଁନ୍ତି ।
