ଦିନ ଦ୍ୱିପ୍ରହରରେ କଳାକନା ବୁଲାଇଲେ : ଲାପଟପ୍ ସହିତ ଗହଣ ଓ ଆଇଫୋନ୍ ଚୋରୀ
ଜଳେଶ୍ୱର : ଜଳେଶ୍ୱର ଥାନା ଅଧିନ ଶାଳିକୋଠା ଗ୍ରାମର ଲୋକନାଥ ପାଣିଗ୍ରାହୀଙ୍କ ଘରୁ ଆଜି ଦିନ ଦ୍ୱିପ୍ରହରରେ ଦୁବୃତ୍ତମାନେ କଳାକନା ବୁଲାଇଛନ୍ତି । ଘରେ କେହି ନ ଥିବା ବେଳେ ଲାପଟକ, ଆଇଫୋନ ସହିତ ସୂନା, ରୂପାର ଗହଣା ଓ ନଗଦ ଟଙ୍କା ଚୋରି ହୋଇଥିବା ଜଳେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ, ଜଳେଶ୍ୱର-ପଶ୍ଚିମବାର୍ଡ ମୁଖ୍ୟ ରାସ୍ତା ପାଶ୍ୱର୍ରେ ଥିବା ଶାଳିକୋଠା ଗ୍ରାମର ଶ୍ରୀ ପାଣିଗ୍ରାହୀଙ୍କ ତିନି ମହଲା କୋଠା ଘରୁ ଆଜି ଦିନ ଦ୍ୱି ପ୍ରହରରେ କେତେକ ଦୁବୃତ୍ତ ତାଲାଭାଂଗି ଦାମି ଜିନିଷପତ୍ର ସହିତ ନଗଦ ଟଙ୍କା ଲୁଟି ନେଇଥିବା ଜଣାଯାଇଛି । ସକାଳ ୯ଟାରେ ପରିବାର ଲୋକେ ନିଜଗ୍ରାମ ବାଇଗଣବାଡିଆକୁ ଯାଇଥିବା ବେଳେ ଅପରାହ୍ନ୨ଟାରେ ଫେରି ଗେଟ୍ ତାଲା ଭଂଗାଯାଇଥିବା ଦେଖିବାକୁ ପାଇଥିଲେ । ଦୁବୃତ୍ତମାନେ ଘର ମଧ୍ୟରେ ଥିବା ଆଲମାରୀ ଭାଂଗି ୨ଟି ଲାପ୍ଟପ୍, ୨ଟି ସୁନାଚେନ୍, କାନଫୁଲ ଓ ଆଇଫୋନ୍ ମୋବାଇଲ ଏବଂ ନଗଦ ୩୦ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଶ୍ରୀ ପାଣିଗ୍ରାହୀ ଘରୋଇ ଚିକିତ୍ସା କରୁଥିବା ବେଳେ ତାଙ୍କ ସ୍ତ୍ରୀ ହାଇସ୍କୁଲ ଶିକ୍ଷୟତ୍ରୀଭାବେ କାର୍ଯ୍ୟ କରି ଆସୁଛନ୍ତି । ଖବର ପାଇ ଜିଲା ଉପାଧ୍ୟକ୍ଷା ପ୍ରତିନିଧି ଲେଲିନ୍ ପ୍ରଧାନ, ସରପଂଚ ପ୍ରତିନିଧି ମନୋଜ ଭୂୟାଁ, ଅନୁପ ପଣ୍ଡା, ସୁଧିର ମହାପାତ୍ର, ମହେଶ୍ୱର ପ୍ରଧାନ, ମଣିଭଦ୍ର ଜେନା, ମିହିର ପ୍ରଧାନ ପ୍ରମୁଖ ପହଞ୍ଚି ବିଭିନ୍ନ ଦିଗରୁ ଆଲୋଚନା ଚଳାଇଥିବା ଜଣାଯାଇଛି । ତେବେ ଦିନ ଦ୍ୱିପ୍ରହରରେ ମୁଖ୍ୟରାସ୍ତା କଡରେ ଦୁବୃତ୍ତମାନେ ଏପରି କାଣ୍ଡ ଭିଆଇଥିବାରୁ ଜଳେଶ୍ୱର ପୋଲିସ୍କୁ ଏହା ଚ୍ୟାଲେଞ୍ଜ କରୁଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ।
