କଳାହାଣ୍ଡିରେ ମୃତିକା ସଂରକ୍ଷଣ ଓଭରସିଅର ଲାଂଚ ନେଇ ଗିରଫ
ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁରର ମୃତିକା ସଂରକ୍ଷଣ ଓଭରସିଅର ଦୁର୍ଯୋଧନ ଧୋବା ୩୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ମହାତ୍ମା ଗାନ୍ଧୀ ନରେଗା କାର୍ଯ୍ୟକ୍ରମର ହିତାଧିକାରୀ ମାନଙ୍କର ଅର୍ଥ ମଂଜୁର କରିବାକୁ ସେ ୩୫ ହଜାର ଟଙ୍କା ଲାଂଚ ନେଉଥିଲେ । ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ତାଙ୍କ ଠାରୁ ସମ୍ପୂର୍ଣ ଲାଂଚ ଟଙ୍କାକୁ ଜବତ କରିଛନ୍ତି । ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଜାଂଚ ଆରମ୍ଭ କରାଯାଇଥିବା ବେଳେ ଆୟ ବହିର୍ଭୁତ ସମ୍ପତି ମାମଲାରେ ମଧ୍ୟ ତାଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିବା ସୂଚନା ଦିଆଯାଇଛି ।
