ଦିଲ୍ଲୀରେ ଡିଜେଲ ଚାଳିତ ବାହନ ଉପରେ ରୋକ୍
CREATOR: gd-jpeg v1.0 (using IJG JPEG v62), quality = 70
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପ୍ରତିବର୍ଷ ପ୍ରଦୂଷଣ ବଢିବାରେ ଲାଗିଛି । ଏହାର ମୁକାବିଲା ପାଇଁ ଦିଲ୍ଲୀ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଅକ୍ଟୋବର ଠାରୁ ଫେବୃଆରୀ ଯାଏଁ ଡିଜେଲ ଚାଳିତ ବାହନ ଉପରେ ରୋକ୍ ଲଗାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ପରିବହନ ଶିଳ୍ପର ବ୍ୟବସାୟୀମାନେ ବିରୋଧ କରିଛନ୍ତି ।
ଦିଲ୍ଲୀ ଗୁଡସ୍ ଆଣ୍ଡ ଟ୍ରନ୍ସପୋର୍ଟ ଅର୍ଗାନାଇଜେସନର ଅଧକ୍ଷ୍ୟ ରାଜେନ୍ଦ୍ର କପୁର କହିଛନ୍ତି ଯେ, ଦିଲ୍ଲୀକୁ ଦୈନିକ ଦେଢ ଲକ୍ଷ ବାହନ ବିଭିନ୍ନ ରାଜ୍ୟରୁ ଆସିଥାନ୍ତି । ଏହା ସହିତ ୯୦ ହଜାର ଗାଡି ସୀମା ବାହାରେ ରହିଥାନ୍ତି ଓ ୫୦ରୁ ୬୦ ହଜାର ବାହାନ ଦିଲ୍ଲୀରେ ପ୍ରବେଶ କରିଥାନ୍ତି । ଯଦି ଏହାକୁ ବନ୍ଦ କରାଯିବ ତେବେ ବ୍ୟବସାୟ ପ୍ରଭାବିତ ହେବ । କୋଟି କୋଟି ଟଙ୍କାର କ୍ଷତି ସହିବେ ବ୍ୟବସାୟୀ ମାନେ । ଅନେକ ବ୍ୟବସାୟୀ ନିଜର ବୃତି ହରାଇବାର ସମ୍ଭାବନା ଅଛି । ଦିଲ୍ଲୀ ସରକାର ପୂର୍ବରୁ ବାୟୁ ପ୍ରଦୂଷଣ ପାଇଁ ସର୍ବଦା ପରିବହନ ଶିଳ୍ପକୁ ଦାୟୀ କରିଆସୁଛନ୍ତି । ତେବେ ଏହାର ପ୍ରକୃତ କାରଣ ବିଭିନ୍ନ ଅଞ୍ଚଳରେ ଚାଲୁଥିବା ଶିଳ୍ପ କାରଖାନା । କିନ୍ତୁ ସରକାର ଏସବୁ ଉପରେ କୈଣସି ପ୍ରତିବନ୍ଧକ ଲଗାଉନଥିବା ସେ ଅଭିଯୋଗ କରିଛନ୍ତି ।
