ଚେୟାନ ଦେବସରରେ ଆତଙ୍କବାଦୀ-ସୁରକ୍ଷାବାହିନୀ ଗୁଳି ବିନିମୟ ଜାରି
ଶ୍ରୀନଗର : ଜମ୍ମୁ କାଶ୍ମୀର କୁଲଗାମ ଜିଲାରେ ଚେୟାନ ଦେବସରରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, ଜମ୍ମୁ କାଶ୍ମୀର କୁଲଗାମର ଚେୟାନ ଦେବସର ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା ସୁରକ୍ଷା ବାହିନୀକୁ ଖବର ମିଳିଥିଲା ।ଖବର ମିଳିବା ପରେ ତଲାସି ଅପରେସନ ଆରମ୍ଭ କରିଥିଲେ ସ୍ଥାନୀୟ ପୋଲିସ ଓ ସୁରକ୍ଷା ବଳ । ଆତଙ୍କବାଦୀମାନେ ସୁରକ୍ଷାବଳ ଉପରେ ଆଖିବୁଜା ଗୁଳି ଚଳାଇଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା ବାହିନୀ । ଏବେବି ଗୁଳି ବିନିମୟ ଜାରି ରହିଛି । ସେନା ପକ୍ଷରୁ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ଆତଙ୍କୀଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନକୁ ବ୍ୟାପକ କରାଯାଇଛି ।
