ଆଜମଗଡରେ ବିଷାକ୍ତ ମଦ ପିଇ ୭ ମୃତ, ୧୨ ଅସୁସ୍ଥ
ଆଜାମଗଡ଼ : ବିଷାକ୍ତ ମଦ୍ୟପାନ କରି ଉତରପ୍ରଦେଶ ଆଜମଗଡ ଜିଲାର ମହୁଲ ନାଗର ପଂଚାୟତ ଅଂଚଳରେ ସୋମବାର ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥ ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତିକରାଯାଇଛି । ତେବେ ପୋଲିସ ଅଧୀକ୍ଷକ କେବଳ ତିନିଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି ।
ଜିଲାର ଅହୋରଲା ପୋଲିସ ଷ୍ଟେସନର ମହୁଲ ନାଗର ପଂଚାୟତରେ ଅନେକ ଲୋକ ସରକାରୀ ଦେଶୀ ମଦ ଭାଟିରୁ ମଦ କିଣି ପିଇଥିଲେ । ଏହା ପରେ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଗଲା । ସମ୍ପର୍କୀୟମାନେ ସେହି ଲୋକଙ୍କୁ ଡାକ୍ତରଖାନାରେ ଭର୍ତିକରିଥିଲେ, ଯେଉଁଠାରେ ୭ ଜଣଙ୍କର ମୃତ୍ୟୁ ହୋଇଛି ।
