୩୫୪ ବର୍ଷରେ ପହଞ୍ଚିଲା ଐତିହାସିକ କାଳିମେଘା ମେଳନ ଶାନ୍ତିପୂର୍ଣ୍ଣ ମେଳନ ପାଇଁ ପ୍ରସ୍ତୁତି ବୈଠକ
ତିହିଡ଼ି : ଐତିହାସିକ କାଳିମେଘା ମେଳନ ଚଳିତ ବର୍ଷ ୩୫୪ ବର୍ଷରେ ପଦାର୍ପଣ କରିଛି । ଚଳିତ ବର୍ଷ ମେଳନ ଯାତ୍ରା କିପରି ଶାନ୍ତି ଶୃଙ୍ଖଳାର ସହ ସମାପନ କରାଯିବ ସେଥିପାଇଁ ଏକ ପ୍ରସ୍ତୁତି ବୈଠକ ଦଧିବାବନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସମ୍ପାଦକ ଗଣେଶ ପ୍ରସାଦ ନାୟକଙ୍କ ଆବାହକତ୍ୱ ଓ ସଭାପତି ବାଣୀକଲ୍ୟାଣ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଆଗାମୀ ମେଳନକୁ କିପରି ଶାନ୍ତିଶୃଙ୍ଖଳାର ସହ ସମାପନ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ବିଗତ ଦୁଇ ବର୍ଷ କରୋନା କଟକଣା ପାଇଁ ଭଦ୍ରକ ଜିଲାର ପ୍ରସିଦ୍ଧ ଏହି ମେଳନ ଫିକା ପଡ଼ିଥିଲା । ଚଳିତ ବର୍ଷ ସମସ୍ତ ଠାକୁର ବାଡ଼ିଆ ତଥା ସ୍ଥାନୀୟ ଅଞ୍ଚଳର ମାନ୍ୟଗଣ୍ୟ ବକ୍ତି ଏବଂ ଶ୍ରଦ୍ଧାଳୁ ମାନଙ୍କର ସଦିଚ୍ଛା ଏବଂ ସହଯୋଗରେ ମେଳନଟିକୁ ଶୃଙ୍ଖଳାର ସହ ପାଳନ କରିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ପୂର୍ବତନ ସଦସ୍ୟ ଓ ବର୍ତ୍ତମାନର କାର୍ଯ୍ୟକର୍ତ୍ତା ଓ ଉତ୍ସାହୀ ଯୁବକଙ୍କୁ ନେଇ ଏକ ଶାନ୍ତି କମିଟି ଗଠିତ ହୋଇଥିଲା । ଏହି ବୈଠକରେ ଠାକୁରବାଡ଼ିଆଙ୍କ ମଧ୍ୟରେ ରବିନାରାୟଣ ପଣ୍ଡା, ସୁରେଶ ମହାପାତ୍ର, ସୁଶାନ୍ତ ପଣ୍ଡା, ବାବୁଲା ନାୟକ, ଲକ୍ଷ୍ମିଧର ତ୍ରିପାଠୀ, ରତିକାନ୍ତ ଦାସ, ଚିନ୍ମୟ ବେହେରା, କୀର୍ତ୍ତନ ଚନ୍ଦ୍ର ରାଉତ, ଅଜୟ ରାଉତ, ଶ୍ରୀକାନ୍ତ ପଣ୍ଡା, ମହେଶ ପାଟ, ଅପୂର୍ବ ଦାସ, ରବିନାରାୟଣ ଦାଶ, ଗୌରହରି ଜେନା, କ୍ଷୀରସିନ୍ଧୁ ମହାଳିକ, ସନାତନ ଭଞ୍ଜ, ପ୍ରହ୍ଲାଦ ମାହୁନ୍ତ, ଧନେଶ୍ୱର ସେନାପତି, ବିଜୟ ବଳ, ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସେହିପରି ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଧର୍ମପଦ ଗ୍ରହାଚାର୍ଯ୍ୟ, ହେମନ୍ତ ମହାନ୍ତି, ପିତାମ୍ବର ସେଠୀ, ହିମାଦ୍ରୀ ରାଉତରାୟ, ହେମନ୍ତ ମହାନ୍ତି, ସରପଞ୍ଚଙ୍କ ପ୍ରତିନିଧି ସୁଧାଂଶୁ ମହାଳିକ, ସରୋଜ ରାଉତ, ଉମାକାନ୍ତ ଦାସ, ଅଭୟ ନାୟକ, ବେଣୁଧର ନାୟକ, ଯଦୁନାଥ ନାୟକ, ଲକ୍ଷ୍ମୀକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।
