ଦେଶରେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ଓମିକ୍ରନ
ନୂଆଦିଲ୍ଲୀ : ଏବେ ଓମିକ୍ରନ ଦେଶରେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ରହିଛି ବୋଲି କେନ୍ଦ୍ରୀୟ ସଂସ୍ଥା ଆଇଏନଏସଏସିଓଜି ନିଜ ବୁଲେଟିନରେ ସୂଚନା ଦେଇଛନ୍ତି । ଦେଶରେ ଗୋଷ୍ଠୀ ସଂକ୍ରମଣର ପ୍ରଭାବ ମେଟ୍ରୋ ସହରରେ ଦେଖିବାକୁ ମିଳିଛି । ଏବେ ଓମିକ୍ରନ ମେଟ୍ରୋ ସହରରେ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଓମିକ୍ରନ ସବ ଭାରିଆଂଟ ବିଏ.୨ ମଧ୍ୟ ଦେଶରେ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ରୀୟ ସଂସ୍ଥା ଆଇଏନଏସଏସିଓଜି ପକ୍ଷରୁ ସୂଚନା ଦିଆଯାଇଛି ।
ରବିବାର ଦିନ ଉନ୍ମୋଚନ କରାଯାଇଥିବା ‘ଇନ୍ସାକଗ୍’ର ଜାନୁଆରି ୧୦ ବୁଲେଟିନ୍ରେ ଉଲ୍ଲେଖ ଅଛି ଯେ, ଏଯାବତ୍ ଅଧିକାଂଶ ଓମିକ୍ରନ୍ ମାମଲା ଲକ୍ଷଣରହିତ କିଂବା ସାମାନ୍ୟ ବୋଲି ଜଣାପଡ଼ିଥିଲେ ବି ଚଳିତ ଲହରରେ ଡାକ୍ତରଖାନାରେ ଭର୍ତି ଏବଂ ‘ଆଇସିୟୁ’ ମାମଲା ବୃଦ୍ଧି ପାଇଥିବାରୁ ବିପଦ ଆଶଙ୍କା ଅପରିବର୍ତନୀୟ ରହିଛି । ସମ୍ପ୍ରତି ଓମିକ୍ରନ୍ ଭାରତରେ ଗୋଷ୍ଠୀ ସଂକ୍ରମଣ କରାଇ ଏକାଧିକ ମେଟ୍ରୋରେ ପ୍ରାଧାନ୍ୟ ବିସ୍ତାର କରିଛି । ସେସବୁ ମେଟ୍ରୋରେ ନୂତନ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଛି । ଭାରତର ବହୁଳାଂଶରେ ‘ବିଏ.୨ ଲାଇନେଜ୍’ ସଂକ୍ରମିତ ହେଉଛି । ତେଣୁ, ‘ଏସ୍ ଜିନ୍ ଡ୍ରପ୍ଆଉଟ୍’ ଭିତିକ ସ୍କ୍ରିନିଙ୍ଗ୍ରେ (ଆର୍ଟି-ପିସିଆର୍ ଟେଷ୍ଟ୍) ଅଧିକସଂଖ୍ୟକ ମିଛ ନେଗେଟିଭ୍ ସୂଚନା ଦେଉଥିବା ମନେହେଉଛି । ‘ଏସ୍-ଜିନ୍ ଡ୍ରପ୍-ଆଉଟ୍’ ମଧ୍ୟ ଓମିକ୍ରନ୍ ଭଳି ଗୁଣସୂତ୍ର-କ୍ରମ ପରିବର୍ତିତ ଭୂତାଣୁ । ସମ୍ପ୍ରତି ‘ବିଏ.୨ ଲାଇନେଜ୍’ ଉପରେ ପର୍ଯ୍ୟବେକ୍ଷଣ ଚାଲିଛି । ଏହା ଦ୍ରୁତ ସଂକ୍ରମିତ ହେଉଥିବାର ପ୍ରମାଣ ମିଳିନାହିଁ । ଏହାର ରୋଗପ୍ରତିରୋଧକ ଶକ୍ତି ଏଡ଼ାଇ ଯିବାର ବୈଶିଷ୍ଟ୍ୟ ଥିଲେ ବି ସମ୍ପ୍ରତି ଏହା ଚିନ୍ତା ଉଦ୍ରେକକାରୀ ଭେରିଏଂଟ୍ ଅବସ୍ଥାକୁ ଆସିନାହିଁ । ଏଯାବତ୍ ଭାରତରେ କୌଣସି ‘ବିଏ.୨ ଲାଇନେଜ୍’ ସଂକ୍ରମଣ ମାମଲା ଚିହ୍ନଟ ହୋଇନାହିଁ । ‘ଇନ୍ସାକଗ୍’ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରେ । ଏହା ଦେଶବ୍ୟାପୀ ସଂଗୃହୀତ ସନ୍ଦିଗ୍ଧ ନମୁନାରୁ ‘ସାର୍ସ କୋଭ୍-୨’ର ଗୁଣସୂତ୍ର ଅନୁକ୍ରମ ଚିହ୍ନଟ କରେ ।
