ମାତ୍ରାଧିକ ଋଣ କରୁଥିବା ଦେଶଗୁଡ଼ିକୁ ସତର୍କ କରାଇଲେ ଆଇଏମ୍ଏଫ ମୁଖ୍ୟ
200304 -- WASHINGTON, March 4, 2020 -- International Monetary Fund IMF Managing Director Kristalina Georgieva speaks at a press conference in Washington D.C., the United States, on March 4, 2020. The policy-setting body of the International Monetary Fund IMF on Wednesday pledged to provide necessary support to mitigate the economic and financial impact from the ongoing COVID-19 epidemic. U.S.-WASHINGTON D.C.-IMFC-COVID-19-PRESS CONFERENCE LiuxJie PUBLICATIONxNOTxINxCHN
ସିଙ୍ଗାପୁର : ମାତ୍ରାଧିକ ଋଣ କରୁଥିବା ଦେଶଗୁଡ଼ିକୁ ସତର୍କ କରିବାକୁ ଯାଇ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମୁଖ୍ୟ କ୍ରିଷ୍ଟାଲିନା ଜୋର୍ଜିଭା କହିଛନ୍ତି ଯେ ଏଭଳି ଦେଶଗୁଡ଼ିକୁ ଶ୍ରୀଲଙ୍କା ଭଳି ସଙ୍କଟ ସାମ୍ନା କରିବାକୁ ପଡ଼ିପାରେ। ଇଣ୍ଡୋନେସିଆର ବାଲିରେ ଆୟୋଜିତ ଜି୨୦ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବିଶ୍ବର ଅର୍ଥନୀତିର ସ୍ଥିତି ଯେତିକି ଖରାପ ହେବ ବୋଲି ଅନୁମାନ କରାଯାଉଥିଲା ବାସ୍ତବ ସ୍ଥିତି ତା’ଠାରୁ ଅଧିକ ଖରାପ ରହିଛି। ଯେଉଁ ଦେଶଗୁଡ଼ିକ ଅତ୍ୟଧିକ ଋଣ କରିଛନ୍ତିସେମାନଙ୍କ ପାଇଁ ଶ୍ରୀଲଙ୍କା ହେଉଛି ଏକ ସତର୍କ ସଙ୍କେତ। ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହା ତେଲ, ଖାଦ୍ୟ ଓ ଅତ୍ୟାବଶ୍ୟକ ଔଷଧ କିଣିବା ଲାଗି ପାଣ୍ଠି ଯୋଗାଡ଼ କରିପାରୁନାହିଁ। ସେଠାରେ ରାଜନୈତିକ ଅସ୍ଥିରତା ମଧ୍ୟ ସୃଷ୍ଟି ହୋଇଛି। ସରକାର ନିଜକୁ ଦେବାଳିଆ ଘୋଷଣା କରିଛନ୍ତି। ଆନ୍ତର୍ଜାତିକ ସ୍ତରରୁ ଏହା ନେଇଥିବା ଋଣ ପରିଶୋଧ କରିପାରିବ ନାହିଁ ବୋଲି ସ୍ପଷ୍ଟ କରିଛି।
ବିକାଶଶୀଲ ଦେଶଗୁଡ଼ିକ ସମ୍ପର୍କରେ ସେ କହିଛନ୍ତି ଯେ ଗତ ଚାରି ମାସ ଧରି ଏହି ସବୁ ଦେଶରୁ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି। ତେଣୁ ବିକଶିତ ଦେଶ ହେବା ଏହି ଦେଶଗୁଡ଼ିକ ଦେଖୁଥିବା ସ୍ବପ୍ନ ପ୍ରତି ବଡ଼ ଧରଣର ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଉଚ୍ଚ ମଚଦ୍ରାସ୍ଫୀତି, ବର୍ଦ୍ଧିତ ସୁଧ ହାର, ଦୁର୍ବଳ ମୁଦ୍ରା, ଅଧିକ ଋଣ ଓ ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ ଭଳି ସଙ୍କଟ ଦେଇ ଗତି କରୁଥିବା ଦେଶଗୁଡ଼ିକୁ ମଧ୍ୟ ସେ ସତର୍କ କରାଇଛନ୍ତି। ଆଗକୁ ସଙ୍କଟରେ ପଡ଼ିବାର ଆଶଙ୍କା ଥିବା ଦେଶ ମଧ୍ୟରେ ପାକିସ୍ତାନ, ମାଳଦ୍ବୀପ ଓ ବାଲାଂଦେଶ ରହିଛନ୍ତି। ଯଦି ଏହି ଦେଶଗୁଡ଼ିକୁ ଅର୍ଥନୀତିକୁ ଠିକ୍ ଭାବେ ପରିଚାଳନା କରିବାରେ ବିଫଳ ହେବେ ତେବେ ସଙ୍କଟକୁ ଏଡ଼ାଇ ହେବ ନାହିଁ।
