କଳଦୀ ପତ୍ରରେ ଅଙ୍କାହେଲା ଲକ୍ଷ୍ମୀଙ୍କ ପ୍ରତିଛବି
ଜଳେଶ୍ୱର : ଜଳେଶ୍ୱର ବ୍ଳକ ଅନ୍ତର୍ଗତ ରାଇବଣିଆ ଥାନାର ମୁଣୁତୁଣୀ ଗାଁର ଅଜୟ କୁମାର ଘୋଷ ଜଣେ ଚିତ୍ରଶିଳ୍ପୀଭାବେ ପରିଚିତ । ଆଜି ପବିତ୍ର ଗଜଲକ୍ଷ୍ମୀପୂଜା ଅବସରରେ ଏକ କଦଳୀପତ୍ରରେ ଲକ୍ଷ୍ମୀଙ୍କର ପ୍ରତିଛବି ନିଖୁଣଭାବେ ଆଙ୍କିଛନ୍ତି । ବିଭିନ୍ନ ପୂଜା, ଉତ୍ସବ ଓ ପ୍ରଶିଦ୍ଧ ଦିନ ମାନଙ୍କରେ ଏପରି ଅଂକନ କରି ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସେ ବାଲେଶ୍ୱର ଓ ମୟୁରଭଂଜ ଜିଲାର ବିଭିନ୍ନ ପ୍ରଦର୍ଶନୀ କ୍ଷେତ୍ରରେ ରଂଗୋଲି, ଝୋଟି, ଚିତ୍ର ଅଂକନ କରିବା ସହିତ ବାଲୁକା ଶିଳ୍ପରେ ମଧ୍ୟ ନିଜର କୃତିତ୍ୱ ଲୋକଲୋଚକନୁ ଆଣିପାରିଛନ୍ତି ।
