୯ ମାସର ବେବିବମ୍ପ୍ ଦେଖାଇଲେ ଇଲିଆନା, ଲେଖିଲେ ତାଙ୍କ ମନର ମଣିଷଙ୍କ କଥା
ମୁମ୍ବାଇ : ବର୍ତ୍ତମାନ ୯ ମାସର ଗର୍ଭବତୀ ଆକଟ୍ରେସ୍ ଇଲିଆନା ଡିକ୍ରୁଜ୍ । ତାଙ୍କ ପିଲାର ବାପା କିଏ ଏପର୍ଯ୍ୟନ୍ତ ସେ ବାହାରେ ପ୍ରକାଶ କରି ନାହାନ୍ତି । ହେଲେ ନିୟମିତ ଭାବେ ନିଜ ବେବିବମ୍ପ୍ ଫଟୋ ସୋସିଆଲ ମିଡିଆରେ ସେୟାର କରି ଚାଲିଛନ୍ତି । ଗତ ୭ ତାରିଖ ଦିନ ସେ ନିଜ ଇନଷ୍ଟାଗ୍ରାମ୍ରେ ଫଟୋ ଛାଡ଼ିଛନ୍ତି । ୯ ମାସ ଗର୍ଭର ଫଟୋରେ ସେ ଗୋଟି, କଳା ଟାଇଟ୍ ପୋଷାକ ପିନ୍ଧିଛନ୍ତି । ଆଉ ଏମିତି କିଛି ଲେଖିଛନ୍ତି ଯାହା ତାଙ୍କ ମନର ମଣିଷ ତଥା ପିଲାର ବାପା ପ୍ରତି ଇଂଗିତ କରୁଛି ।
ଇଲିଆନା ଲେଖିଛନ୍ତି କି ‘ମୁଁ ଯେତେବେଳେ ଖୁବ୍ ସନ୍ତାପରେ ଥିଲି, ନିଜ ପ୍ରତି ମଧ୍ୟ ଧ୍ୟାନ ଦେଉନଥିଲି ସେତେବେଳେ ସିଏ ମୋ ପାଖରେ ଥିଲେ । ମୋ ଆଖିରୁ ଲୁହ ପୋଛି ଦେଉଥିଲେ । ମୋତେ ହସାଉ ଥିଲେ । ମୁଁ ଯେଉଁ ମୁହୂର୍ତ୍ତରେ ଯାହା ଚାହୁଁଥିଲି ସେ ଯୋଗାଇ ଦେଉଥିଲେ । ତେଣୁ ମୋ ପାଇଁ ଅନେକ କଥା ସହଜ ହୋଇଗଲା । ଏସବୁ ଲେଖି ସେ ଏକ ଧୂଆଁଳିଆ ଫଟୋ ସେୟାର କରିଛନ୍ତି । ତେବେ ଏହା ତାଙ୍କର ସେହି ପୁରୁଷ ବନ୍ଧୁଙ୍କ ଫଟୋ କିମ୍ବା ଏକ ଛାୟା ଫଟୋ ତାହା ଜଣାପଡୁନାହିଁ । ତେବେ ସେ ବ୍ୟକ୍ତି ଜଣକ କିଏ ଏବେବି ତାକୁ ରହସ୍ୟ ଭିତରେ ରଖିଛନ୍ତି ଇଲିଆନା । ମା ହେବାକୁ ଯାଉଥିବାରୁ ବହୁତ ଖୁସି ଅଛନ୍ତି ।
